ବସ୍‌ ସହ ବାଇକ୍‌ ମୁହାଁମୁହିଁ ଧକ୍କା : ବାଇକ ଆରୋହି ମୃତ ଓ ଜଣେ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ଥାନା ପରମେଶ୍ୱର ମନ୍ଦିର ନିକଟରେ ସଂଗ୍ରାମ ନାମକ ଏକ ବସ ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ବାଇକ ଆରୋହି ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ହେଇଛନ୍ତି। ଗୁରୁତର ଜଣଙ୍କୁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। । ଘଟଣାସ୍ଥଳରେ ପୁଲିସ ପହଁଚି ତଦନ୍ତ ଜାରି ରଖିଛି । ମିଳିଥିବା ସୂଚନା ଅନୁସାରେ ପାଟଣା ଥାନା ଟଭାସରୁଆ ଗ୍ରାମରୁ ଶ୍ରୀହରି ନାୟକ ଓ […]

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ଥାନା ପରମେଶ୍ୱର ମନ୍ଦିର ନିକଟରେ ସଂଗ୍ରାମ ନାମକ ଏକ ବସ ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ବାଇକ ଆରୋହି ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ହେଇଛନ୍ତି। ଗୁରୁତର ଜଣଙ୍କୁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। । ଘଟଣାସ୍ଥଳରେ ପୁଲିସ ପହଁଚି ତଦନ୍ତ ଜାରି ରଖିଛି ।

ମିଳିଥିବା ସୂଚନା ଅନୁସାରେ ପାଟଣା ଥାନା ଟଭାସରୁଆ ଗ୍ରାମରୁ ଶ୍ରୀହରି ନାୟକ ଓ କାହ୍ନା ମହାରଣା ବାଇକ ଯୋଗେ ଫେରୁଥିବା ବେଳେ ପରମେଶ୍ୱର ମନ୍ଦିର ନିକଟରେ ସଂଗ୍ରାମ ନାମକ ବସ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ବସ୍‌ଟିରେ ସଦ ଖୁଆଇବା ପାଇଁ ସହାରପଡା ବ୍ଲକର ତାଳପଦା ଗାଁକୁ ଯାଉଥିଲେ ଲୋକେ। ତେବେ ନିଜ ମାମୁଁ ଘର ଟଭାସରୁଆ ଗ୍ରାମରୁ ତରା ଗ୍ରାମର କାହ୍ନା ମହାରଣା ଓ ବାରାହଟିପରା ଗାଁର ଶ୍ରୀହରି ନାୟକ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ବାରାହଟିପରା ଗାଁର ଶ୍ରୀହରି ନାୟକ(୨୦)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ତରା ଗ୍ରାମର କାହ୍ନା ମହାରଣା(୨୦)ଙ୍କୁ ଗୁରୁତର ଅବସ୍ଥାରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

About The Author: The Sakala