ରାସ୍ତା ମଝିରେ ଓଲଟିଲା ଆଇରନ ବୋଝେଇ ଟ୍ରକ, ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ତେଲକୋଇ : ରାସ୍ତା ମଝିରେ ଓଲଟିଲା ଆଇରନ ବୋଝେଇ ଟ୍ରକ। ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ । ତେଲକୋଇ,୭/୮-ରାସ୍ତା ମଝିରେ ଟ୍ରକ ଓଲଟିଲା। ଫଳରେ ସେହି ରାସ୍ତାରେ ଗାଡ଼ି ମୋଟର ଚଳାଚଳ ପ୍ରଭାବିତ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ ଦୁଲ୍ଲଭପୁର ଗାଁ ର ପୂର୍ତ୍ତ ବିଭାଗ ରାସ୍ତା ଉପରେ। ଶନିବାର ବିଳମ୍ବିତ ରାତିରେ ଏକ ଆଇରନ ବୋଝେଇ ଟ୍ରକ କେନ୍ଦୁଝର ପଟୁ ତେଲକୋଇ ଦେଇ ଅନଗୁଳ ଜିଲ୍ଲା ଆଡକୁ ଯାଉଥିବା ବେଳେ […]

ତେଲକୋଇ : ରାସ୍ତା ମଝିରେ ଓଲଟିଲା ଆଇରନ ବୋଝେଇ ଟ୍ରକ। ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ । ତେଲକୋଇ,୭/୮-ରାସ୍ତା ମଝିରେ ଟ୍ରକ ଓଲଟିଲା। ଫଳରେ ସେହି ରାସ୍ତାରେ ଗାଡ଼ି ମୋଟର ଚଳାଚଳ ପ୍ରଭାବିତ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ ଦୁଲ୍ଲଭପୁର ଗାଁ ର ପୂର୍ତ୍ତ ବିଭାଗ ରାସ୍ତା ଉପରେ। ଶନିବାର ବିଳମ୍ବିତ ରାତିରେ ଏକ ଆଇରନ ବୋଝେଇ ଟ୍ରକ କେନ୍ଦୁଝର ପଟୁ ତେଲକୋଇ ଦେଇ ଅନଗୁଳ ଜିଲ୍ଲା ଆଡକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା। ଫଳରେ ତେଲକୋଇ ଭୂବନେଶ୍ୱର ରାସ୍ତାରେ ଗତକାଲି ରାତ୍ରି ଠାରୁ ଯାତାୟାତ ବନ୍ଦ ରହିଛି।ଛୋଟ ଗାଡି ଗୁଡିକ ତେଲକୋଇ ଠାରୁ ଦେଉଳଡିହା ଗାଁ ଦେଇ ଆକୁଳ ଗାଁ ଠାରେ ବାହାରି ଯିବାଆସିବା କରିବା ଦେଖିବାକୁ ମିଳିଛି।

ତେବେ ପୁଲିସ ଓ ଗାଡି ମାଲିକଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଆଇରନ ଗାଡି ଗୁଡିକ ୪୯ ନଂମ୍ବର ଜାତୀୟ ରାଜପଥ ଦେଇ ଯିବାଆସିବା ର ନିୟମ ଥିଲେ ମଧ୍ୟ ଟୋଲଗେଟ ଦେୟ ଓ ତେଲ ବଞ୍ଚାଇବା କୁ ଯାଇ ଗାଁ ଗହଳି ରାସ୍ତାରେ ଆଇରନ ଗାଡି ଗୁଡିକ ଚଳାଚଳ କରୁଛି। ଫଳରେ ତେଲକୋଇ ବଜାର ମଧ୍ୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ରାସ୍ତା ଗୁଡିକ ଖରାପ ହେଉଥିବା ଅଭିଯୋଗ ହେଉଛି। ଏନେଇ ତେଲକୋଇ ପ୍ରଗତିଶୀଳ ନାଗରିକ ମଞ୍ଚ ପକ୍ଷରୁ ବାରମ୍ବାର କେନ୍ଦୁଝର ପ୍ରଶାସନ କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିବା ମଞ୍ଚ ପକ୍ଷରୁ କୁହାଯାଇଛି।

About The Author: The Sakala