କେନ୍ଦୁଝରରେ ଆରମ୍ଭ ହେଲା ସର୍ବ ଭାରତୀୟ ଚିନ୍ମୟ ମେମୋରିଆଲ ସତ୍ୟ ପ୍ରସନ୍ନ ଟି-୨୦ ଟୁର୍ଣ୍ଣାମେଣ୍ଟ

କେନ୍ଦୁଝର: କେନ୍ଦୁଝର ମାଇନିଂ ସ୍କୁଲ ଖେଳ ପଡିଆ ଠାରେ ସର୍ଵ ଭାରତୀୟ ଚିନ୍ମୟ ମେମୋରିଆଲ ସତ୍ୟ ପ୍ରସନ୍ନ ଦିବାରାତ୍ର ଟି-20 କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳ ବାର ସନ୍ଧ୍ୟାରେ ଆରମ୍ଭ ହୋଇ ଯାଇଛି। ଶଙ୍କର ସ୍ପୋର୍ଟିଂ କେନ୍ଦୁଝର ଦ୍ୱାରା ଆୟୋଜିତ ଏହି ସର୍ଵ ଭାରତୀୟ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ ଅବଶରରେ ପ୍ରଥମେ ଚମ୍ପିୟାନ ଟ୍ରଫିକୁ ସହର ପରିକ୍ରମା କରାଯାଇଥିଲା। ପରେ ପରେ କେନ୍ଦୁଝର ମିଡିଆ ଏକାଦଶ ଏବଂ ନାଗରିକ ଏକାଦଶ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଖେଳ […]

କେନ୍ଦୁଝର: କେନ୍ଦୁଝର ମାଇନିଂ ସ୍କୁଲ ଖେଳ ପଡିଆ ଠାରେ ସର୍ଵ ଭାରତୀୟ ଚିନ୍ମୟ ମେମୋରିଆଲ ସତ୍ୟ ପ୍ରସନ୍ନ ଦିବାରାତ୍ର ଟି-20 କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳ ବାର ସନ୍ଧ୍ୟାରେ ଆରମ୍ଭ ହୋଇ ଯାଇଛି। ଶଙ୍କର ସ୍ପୋର୍ଟିଂ କେନ୍ଦୁଝର ଦ୍ୱାରା ଆୟୋଜିତ ଏହି ସର୍ଵ ଭାରତୀୟ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ ଅବଶରରେ ପ୍ରଥମେ ଚମ୍ପିୟାନ ଟ୍ରଫିକୁ ସହର ପରିକ୍ରମା କରାଯାଇଥିଲା। ପରେ ପରେ କେନ୍ଦୁଝର ମିଡିଆ ଏକାଦଶ ଏବଂ ନାଗରିକ ଏକାଦଶ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଖେଳ ଆରମ୍ଭରୁ ଶଙ୍କର ସ୍ପୋର୍ଟିଂର ସଭାପତି ଏବଂ ଅନ୍ୟମାନେ ଉଭୟ ଟିମର ଖେଳାଳିଙ୍କ ସହିତ ଭାବର ଆଦାନପ୍ରଦାନ କରିଥିଲେ। ନାଗରିକ ଏକାଦଶ ଟଷ ଜିଣି ବ୍ୟାଟିଂ ନେଇଥିଲେ।

About The Author: The Sakala