ବ୍ରହ୍ମତାଳଧ୍ୱଜ ରଥରେ ଶ୍ରୀବଳଦେବଜୀଉଙ୍କ ରଘୁନାଥ ବେଶ ଦର୍ଶନ କଲେ ଭକ୍ତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ସିଦ୍ଧ ଶ୍ରୀବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ ମାଉସୀ ମା’ଙ୍କ ମନ୍ଦିରରୁ ଫେରି ସୋମବାର ଚକଡା ଲାଗିଥିଲା । ମଙ୍ଗଳବାର ରଥ ଉପରେ ଶ୍ରୀଜୀୟୁମାନଙ୍କ ରଘୁନାଥ ବେଶ ସମ୍ପନ୍ନ କରାଯାଇଛି । ଶ୍ରୀଜୀଉଙ୍କ ଏହି ଦୁର୍ଲଭ ବେଶକୁ ଦର୍ଶନ କରି ହଜାର ହଜାର ଭକ୍ତ ମହା ଆନନ୍ଦିତ ହୋଇଛନ୍ତି । ଏହି ବେଶରେ ଶ୍ରୀଜୀଉମାନଙ୍କ ମସ୍ତକରେ ଚାନ୍ଦି ମୁକୁଟ ଶୋଭାପାଉଥିଲା । ଏହି ମୁକୁଟ ଓ ଆଭୂଷଣକୁ ପୁରୀ ବାଲିଘାଇରେ ଥିବା ହରିହରାନନ୍ଦ ଗୁରୁକୂଳ ଆଶ୍ରମର […]

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ସିଦ୍ଧ ଶ୍ରୀବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ ମାଉସୀ ମା’ଙ୍କ ମନ୍ଦିରରୁ ଫେରି ସୋମବାର ଚକଡା ଲାଗିଥିଲା । ମଙ୍ଗଳବାର ରଥ ଉପରେ ଶ୍ରୀଜୀୟୁମାନଙ୍କ ରଘୁନାଥ ବେଶ ସମ୍ପନ୍ନ କରାଯାଇଛି । ଶ୍ରୀଜୀଉଙ୍କ ଏହି ଦୁର୍ଲଭ ବେଶକୁ ଦର୍ଶନ କରି ହଜାର ହଜାର ଭକ୍ତ ମହା ଆନନ୍ଦିତ ହୋଇଛନ୍ତି । ଏହି ବେଶରେ ଶ୍ରୀଜୀଉମାନଙ୍କ ମସ୍ତକରେ ଚାନ୍ଦି ମୁକୁଟ ଶୋଭାପାଉଥିଲା । ଏହି ମୁକୁଟ ଓ ଆଭୂଷଣକୁ ପୁରୀ ବାଲିଘାଇରେ ଥିବା ହରିହରାନନ୍ଦ ଗୁରୁକୂଳ ଆଶ୍ରମର ମୁଖ୍ୟ ପ୍ରଜ୍ଞାନାନନ୍ଦଜୀ ମହାରାଜ ଚଳିତ ବର୍ଷ ଦାନ କରିଥିବା ଶ୍ରୀଜୀଉଙ୍କ ଦେବୋତ୍ତରସଂସ୍ଥାର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀଙ୍କ ଠାରୁ ସୂଚନା ମିଳିଛି। ଏଥିସହ ଚାନ୍ଦିରେ ତିଆରି ଅନ୍ୟାନ୍ୟ ଆଭୂଷଣ ମଧ୍ୟ ଶ୍ରୀଜୀଉ ପରିଧାନ କରିଥିଲେ। ଏହି ଅବସରରେ ସିଦ୍ଧ ଶ୍ରୀବଳଦେବଜୀଉ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନୀତିକାନ୍ତି ରଥ ଉପରେ ସମ୍ପନ୍ନ କରାଯାଇଥିଲା।
ଶ୍ରୀଜୀଉମାନଙ୍କୁ ରଥ ଉପରେ ଅପରାହ୍ନ ଗୋଟାଏ ସମୟରେ ଶ୍ରୀରଘୁନାଥ ବେଶ କରାଯାଇଥିବା ବେଳେ ସନ୍ଧ୍ୟା ୬ଟାରେ ବେଶ ଓଳାଗି କରାଯାଇଥିଲା । ଏହାପରେ ମହାଲକ୍ଷ୍ମୀ ଚାହାଣି ମଣ୍ଡପକୁ ଆସିଥିଲେ। ସେଠାରେ ଆଳତୀ କରାଯିବା ପରେ ମହାଲକ୍ଷ୍ମୀ ରଥ ଚାରିକଡେ ବୁଲି ମନ୍ଦିରକୁ ଫେରି ଯାଇଥିଲେ। ଏହାପରେ ଅଧର ପଣା ନୀତି ସମ୍ପନ୍ନ ହୋଇଥିଲା । ପରମ୍ପରା ଅନୁଯାୟୀ ଅତୃପ୍ତ ଆତ୍ମାମାନେ ବର୍ଷ ସାରା ଏହି ପଣା ପାଇବା ପାଇଁ ଅପେକ୍ଷା କରିଥାନ୍ତି। ଏହି ପଣା ପାଇବା ପରେ ସେମାନଙ୍କ ଆତ୍ମା ଶାନ୍ତି ପାଇଥାଏ। ତେଣୁ ଅଧର ପଣା ଠାକୁରଙ୍କୁ ସମର୍ପଣ କରାଯିବା ପରେ ତାହାକୁ ରଥ ଉପରେ ଢାଳି ଦିଆଯାଇଥିଲା । ଠାକୁରଙ୍କ ରଥ ନିର୍ମାଣରେ ନିୟୋଜିତ ସେବକ ଓ ମନ୍ଦିର କର୍ମଚାରୀମାନଙ୍କୁ ସିରିପା ବଣ୍ଟନ କରାଯାଇଥିଲା । ଏହାପରେ ଶ୍ରୀଜୀଉମାନଙ୍କୁ ପହଣ୍ଡି ବିଜେ କରାଯାଇ ରତ୍ନ ସିଂହାସନକୁ ବିଜେ କରାଯାଇଥିଲା।

About The Author: The Sakala