ଭିଜିଲାନ୍ସ ଜାଲରେ ମହାକାଳପଡ଼ା ତହସିଲଦାର, ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ

କେନ୍ଦ୍ରାପଡା : ଜିଲାନ୍ସ ଜାଲରେ ମହାକାଳପଡ଼ା ତହସିଲଦାର। ଲାଞ୍ଚ ନେବା ବେଳେ ମହାକାଳପଡ଼ା ତହସିଲଦାର ଶିବ ପ୍ରସାଦ ମଲ୍ଲିକଙ୍କୁ ଧରିଛି ଭିଜିଲାନ୍ସ। ଏକ ସରକାରୀ ଜମି ଜବରଦଖଲ ଉଚ୍ଛେଦ ଅର୍ଡର ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ତହସିଲଦାର ଶିବ ପ୍ରସାଦ ମଲ୍ଲିକ। କେନ୍ଦ୍ରାପଡା ଜିଲ୍ଲା ତହସିଲଦାର ଶିବ ମଲ୍ଲିକ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ। ଗରଦପୁର ବ୍ଲକ ଅନ୍ତର୍ଯ୍ୟାମୀ ସ୍ବାଇଁଙ୍କ ନିକଟରୁ ଜମି ଜବରଦଖଲ ମୁକ୍ତ ଅର୍ଡର ବାହାର […]

କେନ୍ଦ୍ରାପଡା : ଜିଲାନ୍ସ ଜାଲରେ ମହାକାଳପଡ଼ା ତହସିଲଦାର। ଲାଞ୍ଚ ନେବା ବେଳେ ମହାକାଳପଡ଼ା ତହସିଲଦାର ଶିବ ପ୍ରସାଦ ମଲ୍ଲିକଙ୍କୁ ଧରିଛି ଭିଜିଲାନ୍ସ। ଏକ ସରକାରୀ ଜମି ଜବରଦଖଲ ଉଚ୍ଛେଦ ଅର୍ଡର ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ତହସିଲଦାର ଶିବ ପ୍ରସାଦ ମଲ୍ଲିକ।

କେନ୍ଦ୍ରାପଡା ଜିଲ୍ଲା ତହସିଲଦାର ଶିବ ମଲ୍ଲିକ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ। ଗରଦପୁର ବ୍ଲକ ଅନ୍ତର୍ଯ୍ୟାମୀ ସ୍ବାଇଁଙ୍କ ନିକଟରୁ ଜମି ଜବରଦଖଲ ମୁକ୍ତ ଅର୍ଡର ବାହାର କରିବା ପାଇଁ ନେଉଥିଲେ ଲାଞ୍ଚ । ତହସିଲଦାର ଶିବ ମଲ୍ଲିକ ତହସିଲ କାର୍ଯ୍ୟାଳୟରେ ଥିବା ତାଙ୍କ ଅଫିସରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ମାଡିବସିଥିଲା। ତହସିଲଦାରଙ୍କର ପୈତୃକ ଘର , କ୍ବାଟର , ଅଫିସ କାର୍ଯ୍ୟାଳୟ ସମେତ ୬ ଟି ସ୍ଥାନରେ ଏକାସାଙ୍ଗରେ ଚଢାଉ ଚାଲିଛି। କଟକ ଓ କେନ୍ଦ୍ରାପଡାର ଭିଜିଲାନ୍ସ ଟିମ୍ ଏହି ଚଢାଉରେ ସାମିଲ ଅଛନ୍ତି ।

About The Author: The Sakala