କଙ୍କଡା ଧରିବାକୁ ଯାଇ ମା-ପୁଅ ନିଖୋଜ ଘଟଣା : ୬ ଦିନ ପରେ ସୁରକ୍ଷିତ ଭାବେ ଉଦ୍ଧାର କଲା ବନବିଭାଗ

ରାଜନଗର : କଙ୍କଡା ଧରିବାକୁ ଯାଇ ମା-ପୁଅ ଭିତରକନିକା ଘଞ୍ଚ ଜଙ୍ଗଲ ଭିତରେ ୬ ଦିନ ହେବ ନିଖୋଜ ଘଟଣା ଗତକାଲି ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିଲା। ରାଜନଗର ଦେବେନ୍ଦ୍ରନାରାୟଣପୁର ଗ୍ରାମର ଦିଲ୍ଲୀପ ମିର୍ଦ୍ଧାଙ୍କ ପତ୍ନୀ ଅଞ୍ଜନା ମିର୍ଦ୍ଧା (୪୫) ଓ ପୁଅ ରତୀନ୍ଦ୍ର ମିର୍ଦ୍ଧା (୧୮) ଗତ ବୁଧବାର ଭିତରକନିକା ଜଙ୍ଗଲକୁ କଙ୍କଡା ଧରିବାକୁ ଯାଇ ନିଖୋଜ ହୋଇଯାଇଥିଲେ। ବେଆଇନ ଭାବେ ଜଙ୍ଗଲ ଭିତରକୁ ଯାଇଥିବାରୁ ପୁଲିସକୁ ପ୍ରଥମେ ଜଣାଇନଥିଲେ ପରିବାର ଲୋକ। କିନ୍ତୁ ଯେତେବେଳେ […]

ରାଜନଗର : କଙ୍କଡା ଧରିବାକୁ ଯାଇ ମା-ପୁଅ ଭିତରକନିକା ଘଞ୍ଚ ଜଙ୍ଗଲ ଭିତରେ ୬ ଦିନ ହେବ ନିଖୋଜ ଘଟଣା ଗତକାଲି ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିଲା। ରାଜନଗର ଦେବେନ୍ଦ୍ରନାରାୟଣପୁର ଗ୍ରାମର ଦିଲ୍ଲୀପ ମିର୍ଦ୍ଧାଙ୍କ ପତ୍ନୀ ଅଞ୍ଜନା ମିର୍ଦ୍ଧା (୪୫) ଓ ପୁଅ ରତୀନ୍ଦ୍ର ମିର୍ଦ୍ଧା (୧୮) ଗତ ବୁଧବାର ଭିତରକନିକା ଜଙ୍ଗଲକୁ କଙ୍କଡା ଧରିବାକୁ ଯାଇ ନିଖୋଜ ହୋଇଯାଇଥିଲେ। ବେଆଇନ ଭାବେ ଜଙ୍ଗଲ ଭିତରକୁ ଯାଇଥିବାରୁ ପୁଲିସକୁ ପ୍ରଥମେ ଜଣାଇନଥିଲେ ପରିବାର ଲୋକ। କିନ୍ତୁ ଯେତେବେଳେ ବନବିଭାଗ କାନକୁ ଏହି ଖବର ଆସିଲା, ବନ ବିଭାଗ ଗତକାଲିଠୁ ୧୦ଟି ଟିମ୍‌ ଓ ତାଳଚୁଆ ସାମୁଦ୍ରିକ ଥାନାର ଡ୍ରୋନ କ୍ୟାମେରା ସହାୟତାରେ ସର୍ଚ୍ଚ ଅପରେସନ୍‌ କରିଥିଲା। ଯାହା ପରେ ମା-ପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଭିତରକନିକା ଜାତୀୟ ଉଦ୍ୟାନର ହାବଳ ଫରେଷ୍ଟ ବ୍ଲକ ନିକଟରୁ ମା-ପୁଅକୁ ବନ ବିଭାଗ ଉଦ୍ଧାର କରିବା ପରେ ବୋଟ ଯୋଗେ ସାଥିରେ ଧରି ଫେରୁଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ ବୁଧବାର ସକାଳୁ ଦେବେନ୍ଦ୍ରନାରାୟଣପୁର ଗ୍ରାମର ଅଞ୍ଜନା ଓ ରତୀନ୍ଦ୍ରଙ୍କ ସହ ଗାଁର ଅହଲ୍ୟା ମଣ୍ଡଳ, ତାଙ୍କ ପୁଅ ଚନ୍ଦ୍ର ଭିତରକନିକା ଜାତୀୟ ଉଦ୍ୟାନର ହାବଳ ଫରେଷ୍ଟ ବ୍ଲକ୍‌ ମଧ୍ୟକୁ କଙ୍କଡ଼ା ଧରିବା ପାଇଁ ଯାଇଥିଲେ। ସନ୍ଧ୍ୟାରେ ଅହଲ୍ୟା ଓ ଚନ୍ଦ୍ର ଘରକୁ ଫେରିଆସିଥିଲା ବେଳେ ଅଞ୍ଜନା ଓ ତାଙ୍କ ପୁଅ ଫେରି ନ ଥିଲେ। ବେଆଇନ ଭାବେ ଜଙ୍ଗଲ ଭିତରକୁ ଯାଇଥିବାରୁ ଏ ସମ୍ପର୍କରେ ପୁଲିସ କିମ୍ବା ବନ ବିଭାଗକୁ ଅବଗତ କରାଯାଇ ନ ଥିଲା। ସେବେଠାରୁ ପରିବାର ଓ ଗ୍ରାମବାସୀ ଜଙ୍ଗଲରେ ଖୋଜାଖୋଜି ଚଳାଇଥିଲେ।

ତେବେ ଶନିବାର ରାତିରେ ଏ ନେଇ ବନ ବିଭାଗ ଖବର ପାଇଥିଲା। ରବିବାର ସକାଳେ ୧୦ରୁ ଅଧିକ ବନ ବିଭାଗ କର୍ମଚାରୀ ନିଖୋଜ ମା’-ପୁଅଙ୍କ ସହ ଯାଇଥିବା ଅହଲ୍ୟା ଓ ଚନ୍ଦ୍ରଙ୍କୁ ଧରି ଜଙ୍ଗଲକୁ ଯାଇ ଦିନସାରା ଖୋଜାଖୋଜି କରିଥିଲେ। ସେଠାରୁ ସନ୍ଧ୍ୟାରେ ଫେରିବା ପରେ ଦେବେନ୍ଦ୍ରନାରାୟଣପୁର ଗାଁରେ ଗ୍ରାମବାସୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହାପରେ ନିଖୋଜ ଅଞ୍ଜନା ଓ ରତୀନ୍ଦ୍ରଙ୍କ ପରିବାର ଲୋକ ଅଭିଯୋଗ କରିବାକୁ ରାଜନଗର ଥାନାରେ ପହଞ୍ଚିଛନ୍ତି। ଏହାପରେ ସୋମବାର ବନବିଭାଗ ଅଞ୍ଜନା ମିର୍ଦ୍ଧା ଓ ତାକ ପୁଅ ରତୀନ୍ଦ୍ର ମିର୍ଦ୍ଧାକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଜଣାପଡିଛି।

About The Author: The Sakala