ପଞ୍ଚାୟତ ନିର୍ବାଚନ: କେନ୍ଦ୍ରାପଡ଼ାର ୩୬୯୮ ବୁଥ ମଧ୍ୟରୁ ୧୫୭୨ ବୁଥ ଉତ୍ତେଜନା ପ୍ରବଣ

କେନ୍ଦ୍ରାପଡା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ସରଗରମ ହୋଇଛି । ଜିଲ୍ଲାର ୩୬୯୮ ବୁଥରେ ମତଦାନ ହେବ । ଏହି ବୁଥ ମଧ୍ୟରୁ ୧୫୭୨ଟି ଉତ୍ତେଜନାପ୍ରବଣ ନେଇ ଜିଲ୍ଲା ପ୍ରଶାସନ ଚିହ୍ନଟ କରିଛି । ହେଲେ ୨୦୧୭ ପଞ୍ଚାୟତ ନିର୍ବାଚନ ତୁଳନାରେ ଚଳିତ ନିର୍ବାଚନରେ ୧ ହଜାର ୪ଟି ଅଧିକ ଉତ୍ତେଜନାପ୍ରବଣ ଚିହ୍ନଟ ନେଇ ପ୍ରଶାସନର ନିଦ ହଜିଯାଇଛି। ଚଳିତ ନିର୍ବାଚନରେ ଅଧିକ ଉତ୍ତେଜନା ପ୍ରବଣ ସ୍ଥାନକୁ ନେଇ ପ୍ରଶାସନ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରିଛି […]

କେନ୍ଦ୍ରାପଡା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ସରଗରମ ହୋଇଛି । ଜିଲ୍ଲାର ୩୬୯୮ ବୁଥରେ ମତଦାନ ହେବ । ଏହି ବୁଥ ମଧ୍ୟରୁ ୧୫୭୨ଟି ଉତ୍ତେଜନାପ୍ରବଣ ନେଇ ଜିଲ୍ଲା ପ୍ରଶାସନ ଚିହ୍ନଟ କରିଛି । ହେଲେ ୨୦୧୭ ପଞ୍ଚାୟତ ନିର୍ବାଚନ ତୁଳନାରେ ଚଳିତ ନିର୍ବାଚନରେ ୧ ହଜାର ୪ଟି ଅଧିକ ଉତ୍ତେଜନାପ୍ରବଣ ଚିହ୍ନଟ ନେଇ ପ୍ରଶାସନର ନିଦ ହଜିଯାଇଛି। ଚଳିତ ନିର୍ବାଚନରେ ଅଧିକ ଉତ୍ତେଜନା ପ୍ରବଣ ସ୍ଥାନକୁ ନେଇ ପ୍ରଶାସନ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରିଛି । ବ୍ୟାପକ ପୋଲିସ ମୁତୟନ ଠାରୁ ଆରମ୍ଭ କରି ଉତ୍ତେଜନା ପ୍ରବଣ ସ୍ଥାନଗୁଡିକୁ ସିସିଟିଭିରେ କଏଦ ରଖିବାକୁ ପ୍ରଶାସନ ଯୋଜନା କରିଛି । ଏହାଛଡା ମୋବାଇଲ ଟିମ ଗଠନ କରାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଜିଲ୍ଲାର ୯ଟି ବ୍ଲକ ମଧ୍ୟରୁ ମହାକାଳପଡ଼ା ଅଞ୍ଚଳରେ ସମୁଦାୟ ୪୭୪ଟି ବୁଥ ରହିଥିବାବେଳେ ୭୪ଟି ଅତି ଉତ୍ତେଜନା ପ୍ରବଣ ସ୍ଥାନ ଚିହ୍ନଟ ହୋଇଥିବାବେଳେ ୧୮୬ଟି ଉତ୍ତେଜନା ପ୍ରବଣ ଚିହ୍ନଟ ହୋଇଛି । ସେହିପରି ରାଜକନିକା ବ୍ଳକରେ ସର୍ବାଧିକ ବୁଥ ୪୮୪ଟି ଥିବାବେଳେ ୯୬ଟି ଉତ୍ତେଜନା ପ୍ରବଣ ରହିଛି । ସେହିପରି ପଟ୍ଟାମୁଣ୍ଡାଇ ବ୍ଳକରେ ସମୁଦାୟ ୪୨୨ ବୁଥରୁ ୩୪ଟି ଅତି ଉତ୍ତେଜନା ପ୍ରବଣ ଥିବାବେଳେ ୧୩୨ଟି ଉତ୍ତେଜନା ପ୍ରବଣ ରହିଛି । ମାର୍ଶାଘାଇରେ ୩୬୬ଟି ବୁଥ ରହିଥିବାବେଳେ ୬୪ଟି ଅତି ଉତ୍ତେଜନା ପ୍ରବଣ ଥିବାବେଳେ ୧୧୯ଟି ବୁଥ ଉତ୍ତେଜନା ପ୍ରବଣ ଚିହ୍ନଟ ହୋଇଛି । ରାଜନଗର ବ୍ଳକରେ ୩୬୩ଟି ବୁଥ ରହିଥିବାବେଳେ ୭୬ଟି ଅତି ଉତ୍ତେଜନା ପ୍ରବଣ ଚିହ୍ନଟ ହୋଇଥିବାବେଳେ ୧୨୬ଟି ଉତ୍ତେଜନା ପ୍ରବଣ ଚିହ୍ନଟ କରାଯାଇଛି ।

ସେହିପରି କେନ୍ଦ୍ରାପଡା ବ୍ଲକ ଅଞ୍ଚଳରେ ସମୁଦାୟ ୪୨୯ଟି ବୁଥ ରହିଥିବାବେଳେ ୯ଟି ଅତି ଉତ୍ତେଜନା ପ୍ରବଣ ଚିହ୍ନଟ ହୋଇଥିବାବେଳେ ୬୩ଟି ଉତ୍ତେଜନା ପ୍ରବଣ ଚିହ୍ନଟ ହୋଇଛି । ସେହିପରି ପାଟକୁରା ନିର୍ଵାଚନ ମଣ୍ଡଳୀରେ ୨୮୦ଟି ସମୁଦାୟ ବୁଥ ରହିଥିବାବେଳେ ସେଥିରୁ ୧୫୩ଟି ଅତି ସମ୍ବେଦନଶୀଳ ଥିବାବେଳେ ୮୪ଟି ସମ୍ବେଦନଶୀଳ ରହିଛି । ସେହିପରି ଡେରାବିଷ ଅଞ୍ଚଳରେ ୩୯୦ଟି ବୁଥ ଥିବାବେଳେ ୧୯୧ଟି ଉତ୍ତେଜନା ପ୍ରବଣ ରହିଛି । ଶେଷରେ ଆଳି ଅଞ୍ଚଳରେ ସମୁଦାୟ ୪୯୦ଟି ବୁଥ ଥିବାବେଳେ ୧୯୪ଟି ଉତ୍ତେଜନା ପ୍ରବଣ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

About The Author: The Sakala