ଉମରକୋଟରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର: ‘BSKY ଓ ମହିଳା ସଶକ୍ତିକରଣକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ’

ନବରଙ୍ଗପୁର: ଦକ୍ଷିଣ ଓଡ଼ିଶାରେ ଆଜି ମଧ୍ଯ 5T ଓ ନବୀନ ଓଡ଼ିଶାର ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର ଅଭିଯାନ ଜାରି ରହିଛି । ଗତକାଲି ପାଣ୍ଡିଆନ କୋରାପୁଟ ଲୋକସଭା ଅନ୍ତର୍ଗତ ୪ଟି ବିଧାନସଭା ନିର୍ବାଚନ ମଣ୍ଡଳିରେ ପ୍ରଚାର କରିଥିଲେ । ଆଜି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉମରକୋଟ, ଝରିଗାଁ, ଡାବୁଗାଁ ଓ ନବରଙ୍ଗପୁର ନିର୍ବାଚନ ମଣ୍ଡଳିର ପାପଡ଼ାହାଣ୍ଡିରେ ପାଣ୍ଡିଆନଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି। ମୁଖ୍ଯତଃ ରାଜ୍ଯ ସରକାରଙ୍କ ବିକାଶ ସମ୍ପର୍କିତ ହିସାବକିତାବ ଲୋକଙ୍କ ପାଖରେ […]

ନବରଙ୍ଗପୁର: ଦକ୍ଷିଣ ଓଡ଼ିଶାରେ ଆଜି ମଧ୍ଯ 5T ଓ ନବୀନ ଓଡ଼ିଶାର ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର ଅଭିଯାନ ଜାରି ରହିଛି । ଗତକାଲି ପାଣ୍ଡିଆନ କୋରାପୁଟ ଲୋକସଭା ଅନ୍ତର୍ଗତ ୪ଟି ବିଧାନସଭା ନିର୍ବାଚନ ମଣ୍ଡଳିରେ ପ୍ରଚାର କରିଥିଲେ । ଆଜି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉମରକୋଟ, ଝରିଗାଁ, ଡାବୁଗାଁ ଓ ନବରଙ୍ଗପୁର ନିର୍ବାଚନ ମଣ୍ଡଳିର ପାପଡ଼ାହାଣ୍ଡିରେ ପାଣ୍ଡିଆନଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି। ମୁଖ୍ଯତଃ ରାଜ୍ଯ ସରକାରଙ୍କ ବିକାଶ ସମ୍ପର୍କିତ ହିସାବକିତାବ ଲୋକଙ୍କ ପାଖରେ ଉପସ୍ଥାପନ କରୁଛନ୍ତି ପାଣ୍ଡିଆନ । ଲୋକଙ୍କୁ ବିକାଶର ହିସାବ ଦେଇ ବିକାଶକୁ ଆହୁରି ଆଗକୁ ବଢାଇବା ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରୁଛନ୍ତି। ପାଣ୍ଡିଆନଙ୍କ ପ୍ରଚାର ସଭାରେ ହଜାର ହଜାର ଲୋକଙ୍କ ସମାଗମ ଦଳକୁ ଉତ୍ସାହିତ କରିଛି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିକାଶ କାମର ହିସାବ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ଉମରକୋଟରେ ୨୧୨ କୋଟି ଟଙ୍କାର ବିକାଶ କାମ ଚାଲିଛି। ପେଣ୍ଡେରାଣୀ ମନ୍ଦିର କାମ ଶେଷ ହୋଇଛି।୩ କୋଟି ଟଙ୍କାରେ ଶିବ ମନ୍ଦିର ରାସ୍ତା ଚାଲିଛି । କିଡ୍‌ନୀ ରୋଗ ଚିକିତ୍ସା ପାଇଁ ଉମରକୋଟରେ ଖୋଲିଛି ଡାଇଲିସିସ ସେଣ୍ଟର।  ୫୦ କୋଟିରେ ୫ଟି ରାସ୍ତା କାମ ଚାଲିଛି।  ୫ କୋଟି ଟଙ୍କା ଭାସ୍କେଲ ଡ୍ୟାମ ପାଇଁ ପ୍ରଦାନ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କର ବିଶାଳ ହୃଦୟ । ଜନଜାତି ଭାଇ ଭଉଣୀ ମାନଙ୍କ ପାଇଁ ତାଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ରହିଛି ବୋଲି କାର୍ତ୍ତିକ ପାଣ୍ଡିଆନ କହିଥିଲେ। ସବୁବେଳେ ଆପଣଙ୍କ ପଛରେ ଦୃଢ ଭାବରେ ଠିଆ ହୋଇଛନ୍ତି।

କେନ୍ଦ୍ର ନେତା କେବଳ ବଡବଡ କଥା କୁହନ୍ତି । ସେ ଚାହିଁଥିଲେ ନବରଙ୍ଗପୁର ରେ ଦୁଇ ତିନୋଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିପାରି ଥାନ୍ତେ। କେନ୍ଦ୍ର ମନ୍ତ୍ରୀ ଆସିଲେ ତାଙ୍କୁ ଆପଣ ମାନେ ଏ ବିଷୟରେ ପ୍ରଶ୍ନ କରନ୍ତୁ। ରାଜ୍ୟ ସରକାର ୫-ଟିରେ ୮୦୦୦ ସ୍କୁଲର କରିଛନ୍ତି ରୂପାନ୍ତର।  ମହିଳା ସଶକ୍ତିକରଣକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ । ମିଶନ ଶକ୍ତି ମାଆ ମାନଙ୍କ ଦୁବାଇ ଗସ୍ତକୁ ଷଡଯନ୍ତ୍ର କରି ବନ୍ଦ କଲେ।  ମୁଖ୍ୟମନ୍ତ୍ରୀ ଆପଣଙ୍କ ସୁଖ ଦୁଃଖରେ ଅଛନ୍ତି, ଯୋଡି ଶଙ୍ଖରେ ଭୋଟ ଦେଇ ତାଙ୍କୁ ଆଶୀର୍ବାଦ କରନ୍ତୁ ବୋଲି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଥିଲେ।

About The Author: The Sakala