ସତର୍କ କରାଇଲେ ଡିଏମଇଟି, ମେ’ ମାସରେ ପିକରେ ରହିବ କରୋନା ସ୍ଥିତି

ଭୁବନେଶ୍ୱର:  ରାଜ୍ଯରେ ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ଯା । ଆହୁରି ଭୟନକ ହେବାକୁ ଯାଉଛି କରୋନା ସ୍ଥିତି। ଏପ୍ରିଲ ଶେଷ ସପ୍ତାହ କିମ୍ବା ମେ ପ୍ରଥମ ସପ୍ତାହରେ କରୋନା ଓଡ଼ିଶାରେ କୋରନା ପିକରେ ରହିପାରେ। ଏନେଇ ସତର୍କ ସୂଚନା ପ୍ରଦାନ କରିଛନ୍ତି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି । କୋରନା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଅକ୍ସିଜେନ ପର୍ଯ୍ଯାପ୍ତ ପରିମାଣରେ ରାଜ୍ଯରେ ରହିଛି। ଗତଥର କୋରନା ପିକ ସମୟରେ ଯେମିତି ଅକ୍ସିଜେନ ଦରକାର […]

ଭୁବନେଶ୍ୱର:  ରାଜ୍ଯରେ ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ଯା । ଆହୁରି ଭୟନକ ହେବାକୁ ଯାଉଛି କରୋନା ସ୍ଥିତି। ଏପ୍ରିଲ ଶେଷ ସପ୍ତାହ କିମ୍ବା ମେ ପ୍ରଥମ ସପ୍ତାହରେ କରୋନା ଓଡ଼ିଶାରେ କୋରନା ପିକରେ ରହିପାରେ। ଏନେଇ ସତର୍କ ସୂଚନା ପ୍ରଦାନ କରିଛନ୍ତି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ।

କୋରନା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଅକ୍ସିଜେନ ପର୍ଯ୍ଯାପ୍ତ ପରିମାଣରେ ରାଜ୍ଯରେ ରହିଛି। ଗତଥର କୋରନା ପିକ ସମୟରେ ଯେମିତି ଅକ୍ସିଜେନ ଦରକାର ଥିଲା ତା ଠାରୁ ବି ବହୁତ ଅଧିକ ରହିଛି। ଓଡ଼ିଶା ଭାଗ୍ୟବାନ ରାଜ୍ୟ କାରଣ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ଶିଳ୍ପ ସଂସ୍ଥା ଅଧିକ ଅକ୍ସିଜେନ ଉତ୍ପାଦନ କରୁଛନ୍ତି ବୋଲି କହିଛନ୍ତି ଡାକ୍ତର ସିବିକେ ମହାନ୍ତି ।

ସେହିପରି ସେ କହିଛନ୍ତି ଯେ, ରାଜ୍ୟରେ ପର୍ଯ୍ଯାପ୍ତ ବେଡ, ଆଇସିୟୁ ମଧ୍ୟ ରହିଛି। ୭୧ ଟି କୋଭିଡ଼ ହସ୍ପିଟାଲ ରାଜ୍ୟରେ ଥିବାବେଳେ ୩୧ଟି ବର୍ତ୍ତମାନ ଚାଲିଛି। ୨୬ ପ୍ରତିଶତ ବେଡ, ୧୪.୧୮ ପ୍ରତିଶତ ଆଇସିୟୁ, ୧୦ପ୍ରତିଶତ ଭେଣ୍ଟିଲଟର ବ୍ୟବହୃତ ହୋଇଥିବା ସୂଚନା ଦେଇଛନ୍ତି ଡିଏମଇଟି ନିର୍ଦ୍ଦେଶକ।

About The Author: The Sakala