କଂଟାବାଞ୍ଜି : ଛୋଟ ବୟସରୁ ବିଭିନ୍ନ ଲେଖକଙ୍କ ବହି ପଢିବାର ରୁଚିଥିଲା । ବହି ପଢୁ ପଢୁ ଆଜି ନିଜେ ବହି ଲେଖିବେ ସେ କେବେ ଭାବିନଥିଲେ । ତେବେ ଆଜି ସେ ବହି ବ୍ରାଭୋ ଇଣ୍ଟର ନ୍ୟାସନାଲ ବୁକ ଅପ୍ ୱାଲ୍ଡ ରେକର୍ଡ ସ୍ଥାନ ମିଲିଛି । ବର୍ତମାନ ସେ ବିଶ୍ୱର ସର୍ବ କନିଷ୍ଠ ଲେଖକ ମାନ୍ୟତା ମିଲିଛି । ଆମେ କହୁଛୁ ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ଆଶ୍ରମପଡାରେ ରହୁଥିବା ସୁଦିପ୍ତ କୁମାର ସାହୁଙ୍କ କଥା ।
କଂଟାବାଞ୍ଜି ସହରର ଦାମଦୋର ସାହୁ ଏବଂ ପ୍ରତିମା ସାହୁଙ୍କ ଏକମାତ୍ର ପୁଅ ସୁଦିପ୍ତ କୁମାର ସାହୁ । ବୟସ ବର୍ତମାନ ୧୮ । ସୁଦିପ୍ତ କମ ବୟସରୁ ଭିନ୍ନ ଭିନ୍ନ ଲେଖକଙ୍କ ବହି ପଢିବାରେ ରୁଚି ରଖୁଥିଲେ । ତେବେ ସ୍କୁଲ, କଲେଜ ସମୟରେ ଭଲ ପାଢ ପଢୁୂଥିବା ବେଳେ ସେ କେବେ ଚାକିରି କରିବି ବୋଲି ଚିନ୍ତା ନକରି ବ୍ୟବସାୟ ଆରମ୍ଭ କରି ଏକ ସଫଳ ବ୍ୟବସାୟୀ ହେବି ବୋଲି ଭାବିଥିଲେ । ପ୍ରଥମେ ପ୍ରଥମେ ବ୍ୟବସାୟକୁ ନେଇ ଅନେକ ପତ୍ର ପ୍ରତିକାରେ ତାଙ୍କର ଲେଖା ବାହରୁଥିଲା । ଯୁକ୍ତ ଦୁଇ ପ୍ର୍ରଥମ ବର୍ଷ ପଢୁଥିବା ସମୟରେ ସୁଦିପ୍ତ ଇଂରାଜି ଭାଷାରେ ମନୁଆଲ ଅପ୍ ସ୍ଟାଟଅପ୍ ବିଜ୍ନେସ ନାମକ ଏକ ପୁସ୍ତକ ଲେଖିଥିଲେ । ବର୍ତମାନ ସମୟରେ ଏହି ପୁସ୍ତକ ଦିଲ୍ଲୀର ବ୍ଲୁରୋଜ ନାମକ ପ୍ରକାଶକ ଏହାକୁ ପ୍ରକାଶନ କରୁଛି । ବର୍ତମାନ ସମୟରେ ସୁଦିପ୍ତଙ୍କୁ ଏହି ପୁସ୍ତକକୁ ପାଇଁ ସର୍ବ କନିଷ୍ଠ ଲେଖକ ଭାବେ ବ୍ରାଭୋ ଇଣ୍ଟର ନ୍ୟାସନାଲ ବୁକ ଅପ୍ ୱାଲ୍ଡ ରେକର୍ଡ ସ୍ଥାନ ମିଲିଛି । ସୁଦିପ୍ତଙ୍କ ଏହି ସଫଳତାକୁ ନେଇ ପରିବାର ମଧ୍ୟରେ ବେଶ ଖୁସିଥିବା ପରିବାର କହିଛନ୍ତି ।
ଇଂରାଜି ଭାଷାରେ ମନୁଆଲ ଅପ୍ ସ୍ଟାଟଅପ୍ ବିଜ୍ନେସ ପୁସ୍ତକ ଆମାଜନ ଭଲି ଭିନ୍ନ ଭିନ୍ନ ଆପ ରେ ଉପଲବ୍ଧ ରହିଛି । ପୁସ୍ତକ ଆନ୍ତଜାର୍ତିୟ ପୁସ୍ତକ ମେଳାରେ ମଧ୍ୟ ସାମିଲ ହୋଇଥିବା ସୁଦିପ୍ତ କହିଛନ୍ତି । ପରିବାର ଲୋକ କହିବା ଅନୁସାରେ ସୁଦିପ୍ତ ଭଲ ପାଢ ପଢୂଥବା ବେଳେ ସେ କେବେ ଚାକିରି କରିବି ନାହିଁ ସମାଜସେବା ଓ ବ୍ୟବସାୟ ଆରମ୍ଭ କରିବି ବୋଲି କହୁଥିଲେ । ସୁଦିପ୍ତଙ୍କ ବାପା ଆଇନଜିବି ଏବଂ ବଡ ବାପା ଶିକ୍ଷାବିତ ହୋଇଥିବା ବେଳେ ପରିବାରରୁ କିଏ ବ୍ୟବସାୟ ଆରମ୍ଭ କରିନାହିଁ ତେଣୁ ଭଲ ଚାକିରି କରିବା ପାଇଁ କହୁଥିଲେ । ଏହି ଭିତରେ ସୁଦିପ୍ତ ଘରେ କିଛି ନକହି ଲୁଚି ଲୁଚି ପୁସ୍ତକ ଲେଖିବା ଆରମ୍ଭ କଲେ । ତେବେ ତାଙ୍କ ପୁଅ ଲେଖିଥୀବା ପୁସ୍ତକ ଏବଂ ତାଙ୍କ ପୁଅ ବିଶ୍ୱରେ ମାନ୍ୟତା ପାଇବ ବୋଲି କେଭେ ଭାବିନଥିଲେ । ବର୍ତମାନ ସମୟରେ ଏହି ସଫଳତା ଯୋଗୁ ପରିବାର ଲୋକ ବହୁତ ଖୁସି ଥିବା ଅଛନ୍ତି । ଭବିଷ୍ୟତରେ ସୁଦିପ୍ତ ଜଣେ ବଡ ଶିଲ୍ପପତି ହେବା ସହ ସମାଜସେବା କାମରେ ନିଜକୁ ନିୟୋଜିତ କରିବେ ବୋଲି କହିଛନ୍ତି । ଇଚ୍ଛା ଥିଲେ ସଫଳତା ନିଶ୍ଚିତ । ଦିନକୁ ଦିନ ଯୁବ ପିଢି ପୁସ୍ତକ ଲେଖାରେ ମୁହଁ ମୋଡୁ ଥିବା ବେଳେ ସୁଦିପ୍ତ ଏହି ସଫଳତା ଅନ୍ୟ ଯୁବପିଢିକୁ ଆକର୍ଷିତ କରିବ ଏଥିରେ କୌଣସି ସଂଦେହ ନାହିଁ ।