ଦଣ୍ଡ ନାଚ ଚାଲିଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦଣ୍ଡୁଆଙ୍କ ମୃତ୍ୟୁ

ଫୁଲବାଣୀ : ଦଣ୍ଡ ନାଚ ଚାଲିଥିଲା ଓ ନାଚ ଦେଖିବା ପାଇଁ ପ୍ରବଳ ଜନଗହଳି ମଧ୍ୟ ଥିଲା । ହଠାତ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା ଓ ଠିକ ଏହି ସମୟରେ ବର୍ଷାରେ ଭିଜିଯାଇଥିବା ବିଦ୍ୟୁତ ତାର ଖୋଲିବାକୁ ଯାଇଥିଲେ ଜଣେ ଦଣ୍ଡୁଆ। ଆଉ ଏହି ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦଣ୍ଡୁଆ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ […]

ଫୁଲବାଣୀ : ଦଣ୍ଡ ନାଚ ଚାଲିଥିଲା ଓ ନାଚ ଦେଖିବା ପାଇଁ ପ୍ରବଳ ଜନଗହଳି ମଧ୍ୟ ଥିଲା । ହଠାତ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା ଓ ଠିକ ଏହି ସମୟରେ ବର୍ଷାରେ ଭିଜିଯାଇଥିବା ବିଦ୍ୟୁତ ତାର ଖୋଲିବାକୁ ଯାଇଥିଲେ ଜଣେ ଦଣ୍ଡୁଆ। ଆଉ ଏହି ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦଣ୍ଡୁଆ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ସୁଡ଼ରୁକୁମ୍ପା ନିକଟ ଦଳ ପଡା ଗାଁରେ ।

ସୂଚନା ଅନୁସାରେ ଖଜୁରୀପଡା ଥାନା ସୁଦୃକୁମ୍ପା ଫାଣ୍ଡି ଅନ୍ତର୍ଗତ ଦଳପଡ଼ା ଗାଁରେ ବୌଦ୍ଧ ଜିଲ୍ଲା ହରିପୁର ମୁଣ୍ଡିପଦର ଗାଁର ଦଣ୍ଡ ଦଳ ଦଳପଡା ଗାଁକୁ ଆସି ଦଣ୍ଡ ନାଚ କରୁଥିଲେ ଓ ସୋମବାର ବିଳମ୍ବିତ ରାତିରେ ହଠାତ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷାପବନ ହୋଇଥିଲା ଓ ଯାହାଫଳରେ କିଛି ସମୟ ଯାଏ ଦଣ୍ଡ ନାଚ ବନ୍ଦ ହୋଇଥିଲା । ଏହି ସମୟରେ ସେହି ଦଣ୍ଡୁଆ ମାନଙ୍କ ମଧ୍ୟରୁ ଜଣେ ଦଣ୍ଡୁଆ ବର୍ଷାରେ ଓଦା ହୋଇଯାଇଥିବା ବିଦ୍ୟୁତ ତାରକୁ ଖୋଲିବାକୁ ଯାଇଥିଲେ । ବିଦ୍ୟୁତ ତାର ଖୋଲିବା ସମୟରେ ହଠାତ ବିଦ୍ୟୁତ ତାର ସସ୍ପର୍ଶରେ ଆସି ଦଣ୍ଡୁଆ ଜଣଙ୍କ ଅଚେତ ହୋଇତଳେ ପଡିଯାଇଥିଲେ । ପରେ ଅନ୍ୟ ଦଣ୍ଡୁଆ ମାନଙ୍କ ସହ ଗ୍ରାମବାସୀ ଏକ ଆମ୍ବୁଲାନ୍ସ ଜରିଆରେ ତାଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଦଣ୍ଡୁଆ ଜଣଙ୍କର ନାଁ ପ୍ରଭାତ କହଁର ବୋଲି ଜଣାପଡ଼ିଥିବା ବେଳେ ସେ ବୌଦ୍ଧ ଜିଲ୍ଲା ହରିପୁର ମୁଣ୍ଡିପଦର ଗାଁର ବୋଲି ଜଣାପଡିଛି।  ତେବେ ଖବର ପାଇଁ ଖଜୁରୀପଡା ପୁଲିସ ମେଡ଼ିକାଲରେ ପହଞ୍ଚି ଦୁର୍ଘଟଣା ଜନିତ ଏକ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି।

About The Author: The Sakala