ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘରେ ପଶି ଗଳାକାଟି ହତ୍ୟା

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତର ବିରିମିଲା ସ୍ଥିତ ଟିଂଗାଡି ଗ୍ରାମରେ ଏକ ଜଘନ୍ୟ ହତ୍ୟା କାଣ୍ଡ ଘଟିଛି। ଘରେ ଶୋଇଥିବା  ସମୟରେ ଟିଂଗାଡି ଗ୍ରାମର ବାମ୍ବୁରା ମାଝୀ ନାମକ ଜଣେ ବ୍ୟକ୍ତି ଉକ୍ତ ଗ୍ରାମର ଭକ୍ତି ପାଟମାଝି ନାମକ ଏକ ବ୍ୟକ୍ତିଙ୍କ ବାସଭବନରେ ପଶି ତାଙ୍କ ବଡ ପୁଅଙ୍କ ସମୁଖରେ ଏକ ମାରଣା ଅସ୍ତ୍ର ସାହାଯ୍ୟରେ ତାଙ୍କୁ ଗଳା କାଟି ହତ୍ୟା କରିଛନ୍ତି। ହତ୍ୟା କରିବା ପରେ ଘଟଣା ସ୍ଥଳରୁ ଅପରାଧୀ ଫେରାର […]

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତର ବିରିମିଲା ସ୍ଥିତ ଟିଂଗାଡି ଗ୍ରାମରେ ଏକ ଜଘନ୍ୟ ହତ୍ୟା କାଣ୍ଡ ଘଟିଛି। ଘରେ ଶୋଇଥିବା  ସମୟରେ ଟିଂଗାଡି ଗ୍ରାମର ବାମ୍ବୁରା ମାଝୀ ନାମକ ଜଣେ ବ୍ୟକ୍ତି ଉକ୍ତ ଗ୍ରାମର ଭକ୍ତି ପାଟମାଝି ନାମକ ଏକ ବ୍ୟକ୍ତିଙ୍କ ବାସଭବନରେ ପଶି ତାଙ୍କ ବଡ ପୁଅଙ୍କ ସମୁଖରେ ଏକ ମାରଣା ଅସ୍ତ୍ର ସାହାଯ୍ୟରେ ତାଙ୍କୁ ଗଳା କାଟି ହତ୍ୟା କରିଛନ୍ତି। ହତ୍ୟା କରିବା ପରେ ଘଟଣା ସ୍ଥଳରୁ ଅପରାଧୀ ଫେରାର ହୋଇଯାଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରତିଶୋଧ ନେବା ପାଇଁ ହତ୍ୟା କରାଯାଇଛି। ଖବର ପାଇବା ପରେ ତୁମୁଡିବନ୍ଧ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ତୁମୁଡିବନ୍ଧ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠେଇ ଦେଇଛି।

ପୁଲିସର ସୂଚନା ଅନୁଯାୟୀ, ଅପରାଧୀ ହତ୍ୟା କରିସାରିବା ପରେ ରାତିରେ ହିଁ ଗ୍ରାମ ଛାଡି ଫେରାର ହେଇଯାଇଛି। ଘଟଣାର ତଦନ୍ତ କରି ତାକୁ ଯେତେ ଶୀଘ୍ର ସମ୍ଭବ ଗିରଫ କରାଯିବ ବୋଲି ପୁଲିସ କହିଛି।

About The Author: The Sakala