ବିରଳ ପ୍ରତିଭା: ବୟସ ମାତ୍ର ୧୫, ମାତ୍ର ବନ୍ଦ ଆଖିରେ ବି ପଢିପାରନ୍ତି ଫୁଲବାଣୀର ବିଦୁସ୍ମିତା

ଫୁଲବାଣୀରୁ(ସଞ୍ଜୟ ପାତ୍ର): ବିଶ୍ୱାସ ନ ହେଲେ ବି ମନ ଓ ଚିତ୍ତ ଉପରେ ବିଜୟ ହାସଲ କରି ଅସାଧ୍ୟ ହାସଲ କରୁଥିବା ଅନେକ ବିରଳ ପ୍ରତିଭା ରହିଛନ୍ତି। ସେମିତି ଜଣେ ହେଲେ କନ୍ଧମାଳ ଜିଲ୍ଲା ଫୁଲବାଣୀର ବିଦୁସ୍ମିତା ପ୍ରଧାନ। ବୟସ ମାତ୍ର ୧୫ କିନ୍ତୁ ଖୋଲା ଆଖିରେ ବେଶ୍‌‌ ଭଲଭାବେ ଦେଖିପାରନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ସେ ବନ୍ଦ ଆଖିରେ ବି ପଢିପାରନ୍ତି। ଏ ସବୁ କିନ୍ତୁ ଅଲୌକିକ ନୁହେଁ; ଏସବୁ ସାଧନାର ଫଳ ବୋଲି […]

ଫୁଲବାଣୀରୁ(ସଞ୍ଜୟ ପାତ୍ର): ବିଶ୍ୱାସ ନ ହେଲେ ବି ମନ ଓ ଚିତ୍ତ ଉପରେ ବିଜୟ ହାସଲ କରି ଅସାଧ୍ୟ ହାସଲ କରୁଥିବା ଅନେକ ବିରଳ ପ୍ରତିଭା ରହିଛନ୍ତି। ସେମିତି ଜଣେ ହେଲେ କନ୍ଧମାଳ ଜିଲ୍ଲା ଫୁଲବାଣୀର ବିଦୁସ୍ମିତା ପ୍ରଧାନ। ବୟସ ମାତ୍ର ୧୫ କିନ୍ତୁ ଖୋଲା ଆଖିରେ ବେଶ୍‌‌ ଭଲଭାବେ ଦେଖିପାରନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ସେ ବନ୍ଦ ଆଖିରେ ବି ପଢିପାରନ୍ତି। ଏ ସବୁ କିନ୍ତୁ ଅଲୌକିକ ନୁହେଁ; ଏସବୁ ସାଧନାର ଫଳ ବୋଲି କହନ୍ତି ବିଦୁସ୍ମିତା।

ଫୁୁଲବାଣୀ ଜିଇଡି କଲୋନୀର ବଳରାମ ଓ ଅର୍ଚ୍ଚନା ପ୍ରଧାନଙ୍କ ଝିଅ ବିଦୁସ୍ମିତା। ଫୁୁଲବାଣୀ ପବ୍ଲିକ ଇଂଲିଶ ମିଡିୟମ ସ୍କୁଲ୍‌‌ରେ ସେ ଦଶମ ଶେଣୀ ଛାତ୍ରୀ। ମୂଳରୁ କିନ୍ତୁ ଏମିତି ସ୍ଥିରଚିତ୍ତ ନ ଥିଲେ ବିଦୁସ୍ମିତା। ଛୋଟବେଳୁ ଭାରି ଚଞ୍ଚଳ ସ୍ୱଭାବର ଥିଲେ। ଘରେ ଚଗଲାମି କରୁଥିଲେ। ଲକ୍‌‌ଡାଉନ ସମୟରେ ବାପାମାଆ ତାଙ୍କୁ ନେଇ କୋଲକାତାର ଜଣେ ସମ୍ପର୍କୀୟଙ୍କ ଘରେ ଛାଡ଼ିଥିଲେ। ସେଠାରେ ହିଁ ବିଦୁସ୍ମିତା ନିଜକୁ ଏକାଗ୍ରଚିତ୍ତ କରିବା ସହ ଏ ଚମତ୍କାର ଅଭ୍ୟାସ ଆରମ୍ଭ କରିଥିଲେ। ଗୋଟିଏ ବହିକୁ ବାରମ୍ବାର ଓଲଟାଇବା ପରେ ସେ ଆଖି ବନ୍ଦ କରି ଏହାକୁ ପଢିପାରୁଛନ୍ତି। କାଗଜ ଚକ୍ରକୁ ହାତ ନ ଲଗାଇ ବୁଲାଇପାରୁଛନ୍ତି। ବୋର୍ଡରେ କିଛି ଲେଖିଲେ ତାହାକୁ ନ ଦେଖି ସେ ପଢି ପାରୁଛନ୍ତି। ମଣିଷ ଶରୀରରେ ଅନେକ ଶକ୍ତି ସୁପ୍ତ ଅବସ୍ଥାରେ ରହିଛି। ଏହାକୁ ଜାଗ୍ରତ କରିବାକୁ ହେଲେ ଧ୍ୟାନଯୋଗ ଆବଶ୍ୟକ। ଇନ୍ଦ୍ରୀୟ ସ୍ଥିର ରଖି ଧ୍ୟାନ କରିବା ଦ୍ୱାରା ଏହି ସୁପ୍ତ ଶକ୍ତି ଜାଗ୍ରତ ହୋଇଥାଏ। ତେଣୁ କମ୍‌‌ ବୟସରୁ ଏହିସବୁ କାର୍ଯ୍ୟ କରିବା ଦ୍ୱାରା ଶରୀର କେନ୍ଦ୍ରୀୟ ଜାଗ୍ରତ ହୋଇଥାଏ। ଏତେ କମ୍‌‌ ବୟସରୁ ଏଭଳି କାର୍ଯ୍ୟ କରିପାରୁଛନ୍ତି। ପ୍ରତ୍ୟେକ ମଣିଷ ଅସୀମ ଶକ୍ତିର ଅଧିକାରୀ। ତେବେ ଏହାକୁ ଚିହ୍ନି ସାଧନା ମାଧ୍ୟମରେ ଜାଗ୍ରତ କରିବା ପାଇଁ ଆବଶ୍ୟକ ନିଷ୍ଠା ଓ ଏକାଗ୍ରତା। ସୁପ୍ତ ଶକ୍ତିକୁ ଜାଗ୍ରତ କରି ଯେ ଅଲୌକିକ ପ୍ରତିଭା ହାସଲ କରାଯାଇ ପାରେ, ଏହା ପ୍ରମାଣ କରି ଦେଖାଇଛନ୍ତି ବିଦୁସ୍ମିତା।

About The Author: The Sakala