୩ କୁଇଣ୍ଟାଲ ଗଞ୍ଜେଇ ଜବତ: ୨ ଗିରଫ

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରୁ ବ୍ୟାପକ ଗଞ୍ଜେଇ ଜବତ କରିବା ସହ ଦୁଇ ମାଫିଆକୁ ଗିରଫ କରିଛି ପୁଲିସ। ସୁଚନା ଅନୁସାରେ ଶ୍ରିପଲା ନିକଟସ୍ଥ ପଟାକିଲୁ ଗ୍ରାମର ରାସ୍ତା କଡ଼ରେ ଅପରାହ୍ନ ସମୟରେ ଗଞ୍ଜେଇ ଗଛିତ ରଖି ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ଏକ ସ୍ବତନ୍ତ୍ର ପୁଲିସ ଟିମ୍ ସହାୟତାରେ ଚଢ଼ାଉ କରିଥିଲେ। ଏହି ଚଢାଉ ସମୟପେ […]

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରୁ ବ୍ୟାପକ ଗଞ୍ଜେଇ ଜବତ କରିବା ସହ ଦୁଇ ମାଫିଆକୁ ଗିରଫ କରିଛି ପୁଲିସ। ସୁଚନା ଅନୁସାରେ ଶ୍ରିପଲା ନିକଟସ୍ଥ ପଟାକିଲୁ ଗ୍ରାମର ରାସ୍ତା କଡ଼ରେ ଅପରାହ୍ନ ସମୟରେ ଗଞ୍ଜେଇ ଗଛିତ ରଖି ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ଏକ ସ୍ବତନ୍ତ୍ର ପୁଲିସ ଟିମ୍ ସହାୟତାରେ ଚଢ଼ାଉ କରିଥିଲେ। ଏହି ଚଢାଉ ସମୟପେ ୩ କୁଇଣ୍ଟାଲ ୧ କେଜି ଗଞ୍ଜେଇ ଜବତ କରିବା ସହ ଏଥିରେ ସପ୍ରୃକ୍ତ ଥିବା ପଟାକିଲୁ ଗ୍ରାମର ପ୍ରବିଣ କୁମାର ମଲିକ (୩୦) ଓ ଜୁରୁଡି ଗ୍ରାମ ର ବାଞ୍ଛାନିଧି କହଁର (୩୩) ଙ୍କୁ ଗିରଫ କରି  କୋର୍ଟ ଚାଲାଣ କରାଯାଇଛି। ଏ ସଂକ୍ରାନ୍ତରେ ଫିରିଙ୍ଗିଆ ଥାନାରେ ୯୨/୨୧ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଶ୍ରୀ ରାଓ ସୂଚନା ଦେଇଛନ୍ତି।

About The Author: The Sakala