କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଗବେଷଣା: ମଧୁମେହର ସଂଜୀବନୀ କଳାଜିରା ଚାଉଳ

ଭୁବନେଶ୍ବର: କୋରାପୁଟ କଫିର ବ୍ରାଣ୍ଡିଂ ପରେ ଏବେ କଳାଜିରା ଚାଉଳକୁ ଘରେ ଘରେ ପହଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏଥିପାଇଁ କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପକ୍ଷରୁ ସ୍ଵତନ୍ତ୍ର ଭାବେ ଏହାର ଗୁଣବତ୍ତା ପରୀକ୍ଷା ଆରମ୍ଭ କରାଯାଇଛି। ବିରଳ କିସମର ଏହି ପାରମ୍ପରିକ ବାସନା ଧାନ କଳାଜିରା ମଧୁମେହର ସଞ୍ଜୀବନୀ ଭାବରେ ବ୍ୟବହାର କରାଯାଇ ପାରିବ ବୋଲି କହିଛନ୍ତି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଜୈବବିବିଧତା ବିଭାଗର ସହକାରୀ ପ୍ରଫେସର ଡକ୍ଟର ଦେବବ୍ରତ ପଣ୍ଡା | ଗତ […]

ଭୁବନେଶ୍ବର: କୋରାପୁଟ କଫିର ବ୍ରାଣ୍ଡିଂ ପରେ ଏବେ କଳାଜିରା ଚାଉଳକୁ ଘରେ ଘରେ ପହଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏଥିପାଇଁ କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପକ୍ଷରୁ ସ୍ଵତନ୍ତ୍ର ଭାବେ ଏହାର ଗୁଣବତ୍ତା ପରୀକ୍ଷା ଆରମ୍ଭ କରାଯାଇଛି। ବିରଳ କିସମର ଏହି ପାରମ୍ପରିକ ବାସନା ଧାନ କଳାଜିରା ମଧୁମେହର ସଞ୍ଜୀବନୀ ଭାବରେ ବ୍ୟବହାର କରାଯାଇ ପାରିବ ବୋଲି କହିଛନ୍ତି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଜୈବବିବିଧତା ବିଭାଗର ସହକାରୀ ପ୍ରଫେସର ଡକ୍ଟର ଦେବବ୍ରତ ପଣ୍ଡା |

ଗତ ୯ ବର୍ଷ ଧରି ଆଦିବାସୀଙ୍କର ବିଭିନ୍ନ ପ୍ରକାର ପାରମ୍ପରିକ ଧାନର ଗୁଣବତ୍ତା ଉପରେ ଗବେଷଣା ଜାରି ରଖିଥିବା ଡକ୍ଟର ଶ୍ରୀ ପଣ୍ଡା କହନ୍ତି: କଳାଜିରା ଧାନ ଦେଖିବାକୁ କଳା ଥିବା ବେଳେ ଏହାର ଚାଉଳ କିନ୍ତୁ ଧଳା। ଯାହାର ବାସ୍ନା ବଜାରରେ ଉପଲବ୍ଧ ଅନ୍ୟ ବାସୁମତି ଧାନଠାରୁ ଯଥେଷ୍ଟ ଅଧିକ। ସାଧାରଣତଃ ବିରିୟାନି ଓ କ୍ଷୀରି ପାଇଁ ବ୍ୟବହାର ହେଉଥିବା ଏହି ଚାଉଳରେ କମ୍ ଗ୍ଲାଇସେମିକ୍‌ ଇଣ୍ଡେକ୍ସ ଓ ପ୍ରୋଟିନ୍ ଅଧିକ ଥିବାରୁ ଏହାକୁ ମଧୁମେହ ରୋଗୀମାନେ ଖାଇପାରିବେ | କଳାଜିରା ଧାନର ଚଉଳରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ୫୭.୦ ଓ ପ୍ରୋଟିନ୍‌ ୧୧.୪% ଥିବା ବେଳେ ଗ୍ଲାଇସେମିକ୍‌ ଇଣ୍ଡେକ୍ସ ୫୯.୨୯ ଓ ପ୍ରୋଟିନ୍ ୭.୭ ରହିଛି। ଏହି ଧାନର ପ୍ରତି ୧୦୦ ଗ୍ରାମରେ କାର୍ବୋହାଇଡ୍ରେଟର ପରିମାଣ ୭୫.୧୫% ଥିବା ବେଳେ କ୍ରଡ ପ୍ରୋଟିନ୍‌ ୧୧.୪ %, ଫାଇବର ୦.୭୮, ଆଶ୍ ୧.୭୪%, ପ୍ୟାଟ୍ ୨.୦% ରହିଛି। ଅପରପକ୍ଷେ ବଜାରରେ ମିଳୁଥିବା ବାସୁମତି ଚାଉଳରେ କାର୍ବୋହାଇଡ୍ରେଡ ୭୮.୦%, ଫାଇବର ୦.୫୮%, ଫ୍ୟାଟ ୨.୮୫ %, ପ୍ରୋଟିନ୍ ୭.୭%, ଆଶ ୧.୩୭% ରହିଛି। ଏହି ଧାନ ଏକର ପିଛା ୫ରୁ ୧୦ କୁଇଣ୍ଟାଲ ଅମଳ ହେଉଥିବା ବେଳେ ୧୪୦-୧୫୦ ଦିନ ପର୍ଯ୍ୟନ୍ତ ଅମଳ ପାଇଁ ସମୟର ଆବଶ୍ୟକତା କରିଥାଏ। ବଦଳୁଥିବା ଜଳବାୟୁ ପରିବର୍ତ୍ତନ ବେଳେ ଉଭୟ ମରୁଡ଼ି ଓ ବନ୍ୟାକୁ ସହନଶୀଳ କରିବାର ଏହା କ୍ଷମତା ରଖୁଛି।

ଶ୍ରୀ ପଣ୍ଡା ଆହୁରି କହିଛନ୍ତି ଯେ କେବଳ କଳାଜିରା ନୁହେଁ କୋରାପୁଟର ପାରମ୍ପରିକ ଆଦିବାସୀ ଆହୁରି ୧୪ ପ୍ରକାର ବାସ୍ନା ଧାନ ଚାଷ କରିଥାନ୍ତି। ଏଥିରେ ଗ୍ଲାଇସେମିକ୍ ଇଣ୍ଡେକ୍ସର ପରିମାଣ କମ୍ ଓ ପ୍ରୋଟିନ୍‌ର ପରିମାଣ ଅଧିକ। ତା’ ଭିତରେ ରହିଛି ଗନ୍ଧାବତୀ, ବସ୍ତାଭୋଗ, କୁଏରକୁଲିଙ୍ଗ, ଲାକ୍‌ଟିମାଛି, ଟିକିଚୁଡି, ତୁଳସୀ। କୋରାପୁଟ ଜିଲ୍ଲାର ପାଖାପାଖୁ ୧୮୦୦ ଚାଷୀ ଏହି କଳାଜିରା ଧାନ ଚାଷ କରୁଥିବା ବେଳେ ବାର୍ଷିକ ୧୦୦ କୁଇଣ୍ଟାଲରୁ ଅଧିକ ଅମଳ କରୁଛନ୍ତି। ଏହାର ଜିଆଇ ଟ୍ୟାଗିଙ୍ଗ କରିବା ପାଇଁ ଏବେ ଓର୍‌ମାସ୍, ସ୍ବାମୀ ନାଥନ୍ ଫାଉଣ୍ଡେସନ୍ ରିସର୍ଜ ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି

About The Author: The Sakala