ସ୍ୱାମୀ ସାଜିଲା ସୈତାନ: ଗର୍ଭବତୀ ସ୍ତ୍ରୀର ତଣ୍ଟି କାଟିଲା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଧନରମାଲ ଗାଁରେ ଘଟିଛି ଅଘଟଣ । ଗର୍ଭବତୀ ସ୍ତ୍ରୀର ତଣ୍ଟି କାଟି ହତ୍ୟା ଉଦ୍ୟମ କରିଛି ସ୍ୱାମୀ । ସ୍ତ୍ରୀକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ସମ୍ବଲପୁରର ପ୍ରକାଶନୀ ସାହାଣୀ ଧନରମାଲ ଅଞ୍ଚଳର ନିହାର ସାହାଣୀଙ୍କୁ ବିବାହ କରିଥିଲେ। ପାରିବାରିକ କଳହ କାରଣରୁ ରବିବାର ବିଳମ୍ବିତ ରାତିରେ ନିହାର ତାଙ୍କ ଗର୍ଭବତୀ ସ୍ତ୍ରୀଙ୍କ ଗଳା କାଟି ହତ୍ୟା ଉଦ୍ୟମ କରିଥିଲେ। […]

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଧନରମାଲ ଗାଁରେ ଘଟିଛି ଅଘଟଣ । ଗର୍ଭବତୀ ସ୍ତ୍ରୀର ତଣ୍ଟି କାଟି ହତ୍ୟା ଉଦ୍ୟମ କରିଛି ସ୍ୱାମୀ । ସ୍ତ୍ରୀକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ସମ୍ବଲପୁରର ପ୍ରକାଶନୀ ସାହାଣୀ ଧନରମାଲ ଅଞ୍ଚଳର ନିହାର ସାହାଣୀଙ୍କୁ ବିବାହ କରିଥିଲେ। ପାରିବାରିକ କଳହ କାରଣରୁ ରବିବାର ବିଳମ୍ବିତ ରାତିରେ ନିହାର ତାଙ୍କ ଗର୍ଭବତୀ ସ୍ତ୍ରୀଙ୍କ ଗଳା କାଟି ହତ୍ୟା ଉଦ୍ୟମ କରିଥିଲେ। ସ୍ଵାମୀଙ୍କ ଆକ୍ରମଣରେ ପ୍ରକାଶିନୀ ଅଚେତ ହୋଇ ପଡ଼ିଥିଲେ। ସୋମବାର ସକାଳୁ ପଡ଼ୋଶୀମାନେ ପ୍ରକାଶିନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେସିଙ୍ଗା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ତେବେ ଅଭିଯୁକ୍ତ ସ୍ଵାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

About The Author: The Sakala