ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍‌-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ମୃତ

କଳାହାଣ୍ଡି: ସକାଳୁ ସକାଳୁ କେସିଙ୍ଗା ରେଲୱେ ଷ୍ଟେସନରୁ ଫେରୁଥିଲେ ଘରକୁ । ହଠାତ ଚିଚର୍ଲା ଗାଁ ନିକଟରେ ଘଟିଲା ଭୟାନକ ଦୁର୍ଘଟଣା । ଦୁର୍ଘଟଣାରେ ଅକାଳରେ ଚାଲିଗଲା ଦୁଇଟି ଜୀବନ। କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ଘଟିଛି ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ତେବେ କଳାହାଣ୍ଡି କେସିଙ୍ଗା ଥାନା ଚିଚରଲା ଗ୍ରାମ ନିକଟରେ ଭୁବନେଶ୍ୱର ଯାଉଥିବା ଦିଲଖୁସ ବସ୍‌ ଧକ୍କା ଦେବା ଫଳରେ ଦୁଇଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ହିଁ […]

କଳାହାଣ୍ଡି: ସକାଳୁ ସକାଳୁ କେସିଙ୍ଗା ରେଲୱେ ଷ୍ଟେସନରୁ ଫେରୁଥିଲେ ଘରକୁ । ହଠାତ ଚିଚର୍ଲା ଗାଁ ନିକଟରେ ଘଟିଲା ଭୟାନକ ଦୁର୍ଘଟଣା । ଦୁର୍ଘଟଣାରେ ଅକାଳରେ ଚାଲିଗଲା ଦୁଇଟି ଜୀବନ। କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ଘଟିଛି ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ତେବେ କଳାହାଣ୍ଡି କେସିଙ୍ଗା ଥାନା ଚିଚରଲା ଗ୍ରାମ ନିକଟରେ ଭୁବନେଶ୍ୱର ଯାଉଥିବା ଦିଲଖୁସ ବସ୍‌ ଧକ୍କା ଦେବା ଫଳରେ ଦୁଇଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ଦୁର୍ଘଟଣା ପରେ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ମୃତକ ଦୁଇଜଣ ହେଲେ ବେଲାମାଲ ଗାଁର ଯଶୋବନ୍ତ ନିଆଲ ଓ ଚୈତନ୍ୟ ଶିଖା। ସମ୍ପର୍କୀୟଙ୍କୁ କେସିଙ୍ଗା ରେଲୱେ ଷ୍ଟେସନରେ ଟ୍ରେନରେ ଛାଡି ଘରକୁ ଫେରିବା ବେଳେ ବସ୍ ଧକ୍କା ଦେଇଥିଲା। କେସିଙ୍ଗା ପୋଲିସ ଗାଡି ଓ ଶବ ଜବତ କରି ତଦନ୍ତ କରୁଛି।

About The Author: The Sakala