ସାମ୍ବାଦିକଙ୍କ ପିତୃ ବିୟୋଗ

ଜଗତସିଂହପୁର : ବରିଷ୍ଠ ସାମ୍ବାଦିକ ଅମୂଲ୍ୟ କୁମାର ହୋତାଙ୍କ ପିତା ପ୍ରଭାକର ହୋତାଙ୍କର ମଙ୍ଗଳବାର ଅପରାହ୍ନରେ ନିଜ ଗ୍ରାମ ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ବାଲିଆ ଗୋପୀନାଥପୁରରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଗତ ରାତିରେ ଗ୍ରାମ ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ପୁତ୍ର ପ୍ରମୋଦ କୁମାର ହୋତା ମୁଖାଗ୍ନି ଦେଇଥିଲେ। ସ୍ବର୍ଗତ ପ୍ରଭାକର ହୋତା ଜଣେ ଆଧ୍ୟାତ୍ମବାଦୀ ବ୍ୟକ୍ତି ଥିଲେ। ୧୯୬୯ ମସିହାରୁ ସେ ଶ୍ରୀ […]

ଜଗତସିଂହପୁର : ବରିଷ୍ଠ ସାମ୍ବାଦିକ ଅମୂଲ୍ୟ କୁମାର ହୋତାଙ୍କ ପିତା ପ୍ରଭାକର ହୋତାଙ୍କର ମଙ୍ଗଳବାର ଅପରାହ୍ନରେ ନିଜ ଗ୍ରାମ ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ବାଲିଆ ଗୋପୀନାଥପୁରରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଗତ ରାତିରେ ଗ୍ରାମ ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ପୁତ୍ର ପ୍ରମୋଦ କୁମାର ହୋତା ମୁଖାଗ୍ନି ଦେଇଥିଲେ।

ସ୍ବର୍ଗତ ପ୍ରଭାକର ହୋତା ଜଣେ ଆଧ୍ୟାତ୍ମବାଦୀ ବ୍ୟକ୍ତି ଥିଲେ। ୧୯୬୯ ମସିହାରୁ ସେ ଶ୍ରୀ ଶ୍ରୀ ଠାକୁର ଅନୂକୁଳଚନ୍ଦ୍ରଙ୍କର ଅନୁଗାମୀ ଭାବେ ସହସ୍ରାଧିକ ପରିବାରକୁ ଦୀକ୍ଷିତ କରାଇ ଠାକୁରଙ୍କ ଭାବଧାରାରେ ଅନୁପ୍ରାଣିତ କରାଇ ପାରିଥିଲେ। ଗତ ଜାନୁଆରୀ ମାସରେ ତାଙ୍କ ପତ୍ନୀ ଜେମାମଣୀ ହୋତାଙ୍କର ପରଲୋକ ଘଟିଥିଲା। ତାଙ୍କ ଶେଷକୃତ୍ୟ ସମୟରେ ପୁଅବୋହୁ, ଝିଅ-ଜ୍ବାଇଁ,ନାତିନାତୁଣୀ ଓ ସତସଙ୍ଗୀଭାଇ ମାନେ ଉପସ୍ଥିତ ଥିଲେ।

About The Author: The Sakala