ହାତୀ ଘଉଡ଼ାଇବା ହେଲା କାଳ, ଦଳିଦେଲା ଦନ୍ତା

ଝାରସୁଗୁଡ଼ା: ହାତୀ ଘଉଡ଼ାଇବା ହେଲା କାଳ। ଦଳିଦେଲା ଦନ୍ତା। ଆଜି କିର୍ମିରା ବ୍ଲକ ଅନ୍ତର୍ଗତ ଭାଳୁପତ୍ରା ଗ୍ରାମରେ ସକାଳୁ ସକାଳୁ ଏକ ଦନ୍ତା ହାତୀ ଫସଲ ନଷ୍ଟ କରୁଥିବା ବେଳେ ବନବିଭାଗ ଓ ଗ୍ରାମବାସୀ ମିଳିତ ଭାବରେ ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରୁଥିଲେ। ସେହି ସମୟରେ ହଠାତ୍ ହାତୀ ପଛକୁ ଫେରି ଆସି ଆକ୍ରମଣ କରିଥିଲା। ସେହି ସମୟରେ ଭାଲୁପତ୍ରା ଗାଁର ଫକୀର କିସାନ(୩୦) ନାମକ ଜଣେ ଯୁବକ ଜଣକ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ […]

ଝାରସୁଗୁଡ଼ା: ହାତୀ ଘଉଡ଼ାଇବା ହେଲା କାଳ। ଦଳିଦେଲା ଦନ୍ତା। ଆଜି କିର୍ମିରା ବ୍ଲକ ଅନ୍ତର୍ଗତ ଭାଳୁପତ୍ରା ଗ୍ରାମରେ ସକାଳୁ ସକାଳୁ ଏକ ଦନ୍ତା ହାତୀ ଫସଲ ନଷ୍ଟ କରୁଥିବା ବେଳେ ବନବିଭାଗ ଓ ଗ୍ରାମବାସୀ ମିଳିତ ଭାବରେ ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରୁଥିଲେ। ସେହି ସମୟରେ ହଠାତ୍ ହାତୀ ପଛକୁ ଫେରି ଆସି ଆକ୍ରମଣ କରିଥିଲା। ସେହି ସମୟରେ ଭାଲୁପତ୍ରା ଗାଁର ଫକୀର କିସାନ(୩୦) ନାମକ ଜଣେ ଯୁବକ ଜଣକ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ତଳେ ପଡ଼ିଯାଇଥିଲେ। ଫକୀର ଉଠିବା ପୂର୍ବରୁ ହାତୀ ପହଞ୍ଚି ଫକୀରଙ୍କୁ ଦଳି ଦେଇଥିଲା। ପରେ ସେହି ଫକୀରଙ୍କୁ କିର୍ମିରା ହସ୍ପିଟାଲ୍ ନେଇଥିଲେ। ହେଲେ ସେଠାରେ ଡାକ୍ତର ଫକୀରଙ୍କୁ ମୃତ ଘୋଷଣା କରିଥିଲେ।

About The Author: The Sakala