ଖରସ୍ରୋତାରେ ବୁଡ଼ି ଦୁଇଭାଇ ନିଖୋଜ ଘଟଣା : ମିଳିଲା ଦୁଇଜଣଙ୍କ ମୃତଦେହ

କୁଆଖିଆ :  ଯୋକଡ଼ିଆ ଆନିକଟ ନିକଟରେ ଗୁରୁବାର ଅପରାହ୍ଣରେ ଗାଧୋଇବାକୁ ଯାଇ ଦୁଇଭାଇ ନିଖୋଜ ହୋଇଥିବା ଘଟଣା। ଆଜି ମିଳିଛି ଦୁଇ ଭାଇଙ୍କ ମୃତଦେହ। ଅଗ୍ନିଶମ ଓ ଓଡ୍ରାଫ୍‌ ବାହିନୀ ଗତକାଲି ଖୋଜାଖୋଜି କରିବା ପରେ ମଧ୍ୟ କିଛି ପତ୍ତା ପାଇନଥିଲେ। ତେବେ ଆଜି ସକାଳୁ ବଡ଼ ଭାଇ ଶାଶ୍ୱତ‌ର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅପରାହ୍ନରେ ସାନ ଭାଇର ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦୁଇ ଭାଇ ହେଉଛନ୍ତି ବ୍ୟାସନଗର ଫେରୋକ୍ରୋମ କଲୋନୀ ନିକଟସ୍ଥ ଶିବାନନ୍ଦନଗର […]

କୁଆଖିଆ :  ଯୋକଡ଼ିଆ ଆନିକଟ ନିକଟରେ ଗୁରୁବାର ଅପରାହ୍ଣରେ ଗାଧୋଇବାକୁ ଯାଇ ଦୁଇଭାଇ ନିଖୋଜ ହୋଇଥିବା ଘଟଣା। ଆଜି ମିଳିଛି ଦୁଇ ଭାଇଙ୍କ ମୃତଦେହ। ଅଗ୍ନିଶମ ଓ ଓଡ୍ରାଫ୍‌ ବାହିନୀ ଗତକାଲି ଖୋଜାଖୋଜି କରିବା ପରେ ମଧ୍ୟ କିଛି ପତ୍ତା ପାଇନଥିଲେ। ତେବେ ଆଜି ସକାଳୁ ବଡ଼ ଭାଇ ଶାଶ୍ୱତ‌ର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅପରାହ୍ନରେ ସାନ ଭାଇର ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦୁଇ ଭାଇ ହେଉଛନ୍ତି ବ୍ୟାସନଗର ଫେରୋକ୍ରୋମ କଲୋନୀ ନିକଟସ୍ଥ ଶିବାନନ୍ଦନଗର ଗ୍ରାମର ଶେଖର ସ୍ୱାଇଁଙ୍କ ବଡ଼ପୁଅ ଶାଶ୍ୱତ (୨୪) ଓ ସାନପୁଅ ସ୍ୱସ୍ତିକ (୨୧)।

ସୂଚନା ମୁତାବକ, ଉଭୟ ଶାଶ୍ୱତ ଓ ସ୍ୱସ୍ତିକଙ୍କ ସମେତ ମୋଟ ୪ ଜଣ ଯୁବକ ଗତକାଲି ଯୋକଡିଆ ନିକଟସ୍ଥ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିଲେ। ପ୍ରଥମେ ବଡ଼ଭାଇ ଶାଶ୍ୱତ ନଦୀ ଭିତରେ ପଶି ଗାଧୋଇବା ବେଳେ ବୁଡ଼ିଯାଇଥିଲେ। ଏହା ଦେଖି ଉପରେ ଛିଡ଼ା ହେଇଥିବା ସାନଭାଇ ସ୍ୱସ୍ତିକ ପାଣିକୁ ଡେଇଁଥିଲେ। ଉଭୟେ ଭଉଁରୀ ମଧ୍ୟରେ ବୁଡ଼ିଯିବା ଦେଖି ଅନ୍ୟ ସାଙ୍ଗମାନେ ଭୟରେ ନିକଟସ୍ଥ ଗ୍ରାମର ଲୋକଙ୍କୁ ଡାକି ସହଯୋଗ ଲୋଡ଼ିଥିଲେ। ଗ୍ରାମବାସୀ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଖବର ପାଇ ଯାଜପୁରରୋଡ୍‌‌ ଅଗ୍ନିଶମ ବିଭାଗ ନଦୀରେ ଖୋଜାଖୋଜି କରିଥିଲେ ହେଁ ଗତକାଲି ଦୁଇଭାଇଙ୍କ ପତ୍ତା ମିଳି ପାରି ନଥିଲା।

ତେବେ ଆଜି ସକାଳୁ ବଡ଼ ଭାଇ ଶାଶ୍ୱତ‌ର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅପରାହ୍ନରେ ସାନ ଭାଇର ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

About The Author: The Sakala