ଟ୍ରେନରୁ ଖସିପଡ଼ି ଦୁଇ ଯାତ୍ରୀ ଆହତ, ଟ୍ରେନକୁ ଅଟକାଇଲେ ସ୍ଥାନୀୟ ଲୋକେ

ଯାଜପୁର: ଟ୍ରେନ ଛାଡ଼ିଦେବାରୁ ଖସିପଡିଲେ ୨ଜଣ ଯାତ୍ରୀ । ଦୁଲାଖାପାଟଣା ରେଳ ଷ୍ଟେସନରେ ପଲାସା DMU ପାସେଞ୍ଜର ଟ୍ରେନରେ ଚଢୁଥିବା ବେଳେ ଖସିପଡ଼ି ୨ ଦୁଇ ଯାତ୍ରୀ ଆହତ ହୋଇଛନ୍ତି । ଦୀର୍ଘ ସମୟ ଧରି ଟ୍ରେନକୁ ଅଟକାଇ ରଖିଲେ ସ୍ଥାନୀୟ ଲୋକେ । ଅତ୍ୟଧିକ ଭିଡ଼ ଯୋଗୁ ଟ୍ରେନରେ ଚଢିବା ବେଳେ ଅସାବଧାନତା ବଶତଃ ଘଟିଛି ଏହି ଅଘଟଣ । ଟ୍ରେନରୁ ଖସିପଡ଼ିଥିବା ଦୁଇଜଣ ଯାତ୍ରୀଙ୍କୁ ନିକଟସ୍ଥ କୋରାଇ ମେଡିକାଲକୁ ପଠାଯାଇଥିବା ସୂଚନା । ସେଥି […]

ଯାଜପୁର: ଟ୍ରେନ ଛାଡ଼ିଦେବାରୁ ଖସିପଡିଲେ ୨ଜଣ ଯାତ୍ରୀ । ଦୁଲାଖାପାଟଣା ରେଳ ଷ୍ଟେସନରେ ପଲାସା DMU ପାସେଞ୍ଜର ଟ୍ରେନରେ ଚଢୁଥିବା ବେଳେ ଖସିପଡ଼ି ୨ ଦୁଇ ଯାତ୍ରୀ ଆହତ ହୋଇଛନ୍ତି । ଦୀର୍ଘ ସମୟ ଧରି ଟ୍ରେନକୁ ଅଟକାଇ ରଖିଲେ ସ୍ଥାନୀୟ ଲୋକେ । ଅତ୍ୟଧିକ ଭିଡ଼ ଯୋଗୁ ଟ୍ରେନରେ ଚଢିବା ବେଳେ ଅସାବଧାନତା ବଶତଃ ଘଟିଛି ଏହି ଅଘଟଣ ।

ଟ୍ରେନରୁ ଖସିପଡ଼ିଥିବା ଦୁଇଜଣ ଯାତ୍ରୀଙ୍କୁ ନିକଟସ୍ଥ କୋରାଇ ମେଡିକାଲକୁ ପଠାଯାଇଥିବା ସୂଚନା । ସେଥି ମଧ୍ୟରୁ ଜଣେ ଯାତ୍ରୀ ହେଉଛନ୍ତି ସେହି ଅଞ୍ଚଳ ଦୁଲାଖା ପାଟଣାର ୩୬ ବର୍ଷୀୟ ବଟକୃଷ୍ଣ ସେଠୀ ବୋଲି ଜଣାପଡ଼ିଛି । ବହୁ ସମୟ ଧରି ଅଟକି ରହିବା ପରେ ଛାଡ଼ିଲା ବାଲେଶ୍ଵର ଭୁବନେଶ୍ୱର ମେମୋ ଟ୍ରେନ। ରେଳ ବିଭାଗ ପକ୍ଷରୁ ପ୍ରତିଶୃତି ମିଳିବା ପରେ ଆନ୍ଦୋଳନରୁ ଓହରିଲେ ଲୋକେ। ଏହି ଟ୍ରେନରେ ଦୈନିକ ଅତ୍ୟଧିକ ଭିଡ଼ ହେଉଥିବାରୁ ବଗି ସଂଖ୍ୟା ବଢ଼ାଇବାକୁ ହୋଇଛି ଦାବି।

About The Author: The Sakala