ଅଚିହ୍ନା ବାଳକକୁ ଚୋର ସନ୍ଦେହରେ ମାଡ଼

ସିମୁଳିଆ: କିଛିଦିନ ଧରି ସିମୁଳିଆ ଥାନା ବିଭିନ୍ନ ଅଞ୍ଚଳ ବାରମ୍ବାର ଚୋରି ହେବା ଆଉ ଘଟଣା ଧରା ନ ପଡ଼ିବା ଅସହ୍ୟ ହୋଇି ପଡ଼ିଲେଣି ଅଞ୍ଚଳବାସୀ। ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ଆଳରେ ଗାଁକୁ ପଶି ଚୋରି କରୁଥିବାର ଜଣାଯାଇଛି। ଏପରି ଘଟଣା ଘଟିଛି ସିମୁଳିଆ ଥାନା ଅଞ୍ଚଳର ବଧି ଗ୍ରାମର ଅଚିହ୍ନା ନାବାଳକକୁ ଧରି ଉତ୍ତମ ମଧ୍ୟମ ଦେଇ ଗ୍ରାମବାସୀ ଛାଡି ଦେଇଥିବାର ଜଣାଯାଇଛି। ବିବରଣୀରୁ ପ୍ରକାଶ ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ପଞ୍ଚାୟତର ବଧି […]

ସିମୁଳିଆ: କିଛିଦିନ ଧରି ସିମୁଳିଆ ଥାନା ବିଭିନ୍ନ ଅଞ୍ଚଳ ବାରମ୍ବାର ଚୋରି ହେବା ଆଉ ଘଟଣା ଧରା ନ ପଡ଼ିବା ଅସହ୍ୟ ହୋଇି ପଡ଼ିଲେଣି ଅଞ୍ଚଳବାସୀ। ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ଆଳରେ ଗାଁକୁ ପଶି ଚୋରି କରୁଥିବାର ଜଣାଯାଇଛି। ଏପରି ଘଟଣା ଘଟିଛି ସିମୁଳିଆ ଥାନା ଅଞ୍ଚଳର ବଧି ଗ୍ରାମର ଅଚିହ୍ନା ନାବାଳକକୁ ଧରି ଉତ୍ତମ ମଧ୍ୟମ ଦେଇ ଗ୍ରାମବାସୀ ଛାଡି ଦେଇଥିବାର ଜଣାଯାଇଛି। ବିବରଣୀରୁ ପ୍ରକାଶ ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ପଞ୍ଚାୟତର ବଧି ଗ୍ରାମର ଏକ ଅଜଣା ନାବାଳକ ବେକରେ ପଘା ପକାଇ ଭିକ୍ଷା ବୃତ୍ତି କରୁଥିବାବେଳେ ଗ୍ରାମବାସୀଙ୍କ ସନ୍ଦେହ ହେବାରୁ ତାକୁ ପଚରା ଉଚୁରା କରିଥିଲେ। ମାତ୍ର ନାବାଳକ ଜଣଙ୍କ ବାରମ୍ବାର ତାର ଘର ଠିକଣା ବଦଳାଇ କହିବାକୁ ଦେଖିବାକୁ ମିଳିଥିଲା। ଆଉ ବେକରେ ପକାଇଥିବା ପଘାଟି ମିଛରେ ପକାଇଥିବାର ପ୍ରମାଣ ମିଳିବାରୁ ଗ୍ରାମବାସୀ ଉକ୍ତ ନାବାଳକକୁ ଉତ୍ତମ ମଧ୍ୟମ ଦେଇ ଗ୍ରାମରୁ ବିଦା କରି ଦେଇଥିଲେ। ଏ ସଂକ୍ରାନ୍ତରେ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବାର ଜଣାଯାଇଛି।

About The Author: The Sakala