ପ୍ରାଥମିକ ସ୍କୁଲ ପ୍ରଶ୍ନପତ୍ର ପ୍ରଘଟ ଘଟଣା, ସହକାରୀ ଶିକ୍ଷକ ଓ ପତ୍ନୀ ଗିରଫ

ଭୁବନେଶ୍ୱର: ପ୍ରାଥମିକ ବିଦ୍ୟାଳୟର ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଜଣେ ସହକାରୀ ଶିକ୍ଷକ ଓ ତାଙ୍କ ପତ୍ନୀକୁ ଗିରଫ କରିଛି ସାଇବର ଥାନା ପୁଲିସ। ସେମାନେ ହେଲେ, ଯାଜପୁର ଝାଡ଼ଙ୍ଗର ଜଗନ୍ନାଥ କର(୨୯) ଓ ତାଙ୍କ ପତ୍ନୀ ଋତୁପର୍ଣ୍ଣା ପତି(୨୭)। ସେମାନଙ୍କଠାରୁ ଲାପଟପ୍‌‌, ୯ଟି ପ୍ରଶ୍ନପତ୍ର, ମୋବାଇଲ ଫୋନ୍‌‌ ଓ ବ୍ୟାଙ୍କ ପାସ୍‌‌ବୁକ୍‌‌ ଜବତ କରାଯାଇଛି। ଗତ ମାର୍ଚ୍ଚ ୩୦ରେ ଏହି ମାମଲାରେ ‘ସମୀର ଏଜୁକେସନାଲ’ର ମୁଖ୍ୟ ଗଞ୍ଜାମ ରମ୍ଭାର ସମୀର ସାହୁ(୨୧)କୁ ବାନ୍ଧିଥିଲା ସାଇବର ଥାନା ପୁଲିସ। […]

ଭୁବନେଶ୍ୱର: ପ୍ରାଥମିକ ବିଦ୍ୟାଳୟର ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଜଣେ ସହକାରୀ ଶିକ୍ଷକ ଓ ତାଙ୍କ ପତ୍ନୀକୁ ଗିରଫ କରିଛି ସାଇବର ଥାନା ପୁଲିସ। ସେମାନେ ହେଲେ, ଯାଜପୁର ଝାଡ଼ଙ୍ଗର ଜଗନ୍ନାଥ କର(୨୯) ଓ ତାଙ୍କ ପତ୍ନୀ ଋତୁପର୍ଣ୍ଣା ପତି(୨୭)। ସେମାନଙ୍କଠାରୁ ଲାପଟପ୍‌‌, ୯ଟି ପ୍ରଶ୍ନପତ୍ର, ମୋବାଇଲ ଫୋନ୍‌‌ ଓ ବ୍ୟାଙ୍କ ପାସ୍‌‌ବୁକ୍‌‌ ଜବତ କରାଯାଇଛି। ଗତ ମାର୍ଚ୍ଚ ୩୦ରେ ଏହି ମାମଲାରେ ‘ସମୀର ଏଜୁକେସନାଲ’ର ମୁଖ୍ୟ ଗଞ୍ଜାମ ରମ୍ଭାର ସମୀର ସାହୁ(୨୧)କୁ ବାନ୍ଧିଥିଲା ସାଇବର ଥାନା ପୁଲିସ। ତେବେ ଦମ୍ପତି ଫେରାର୍‌‌ ହୋଇଯିବାର ଆଶଙ୍କା କରି ସମୀରକୁ ଗଣମାଧ୍ୟମରେ ନ ଜଣାଇ କୋର୍ଟଚାଲାଣ କରି ଦିଆଯାଇଥିଲା। ସେହିପରି ନିଜର ୟୁଟ୍ୟୁବ ଚ୍ୟାନେଲ୍‌‌ର ଲୋକପ୍ରିୟତା ବଢ଼ାଇବା ପାଇଁ ଅଭିଯୁକ୍ତମାନେ ଏଭଳି କାରନାମା କରିଥିବା ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନଙ୍କର ଆର୍ଥିକ କାରବାରର ଖୋଳତାଡ଼ କରାଯାଉଛି। କେବଳ ୟୁଟ୍ୟୁବ ଭିଉୟର୍ସ ପାଇଁ ଜଣେ ଶିକ୍ଷକ କାହିଁକି ଏମିତି ନିଷ୍ପତ୍ତି ନେବ? ପ୍ରଶ୍ନପତ୍ର କିଛି ବିକ୍ରି କରିଛନ୍ତି କି? ପୂର୍ବରୁ କେବେ ପ୍ରଶ୍ନପତ୍ର ଭାଇରାଲ୍‌‌ କରିଛନ୍ତି କି?; ଆଦି ଦିଗରେ ସାଇବର୍‌ ପୁଲିସ ତଦନ୍ତ କରୁଛି।

About The Author: The Sakala