ଲୁଗା ସଫା କରୁଥିବାବେଳେ ମହିଳାଙ୍କୁ ଟାଣିନେଲା କୁମ୍ଭୀର, ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

ଯାଜପୁର: କୁମ୍ଭୀର ପାଟିରେ ଗଲା ମହିଳାଙ୍କଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ବରୀ ବ୍ଳକ ଅମଠପୁର ଦେଇ ପ୍ରବାହିତ ବିରୂପା ନଦୀରେ । ମୃତ ମହିଳା ହେଲେ ଅମଠପୁର ପଞ୍ଚାୟତ ପାଲଟପୁର ଗ୍ରାମର ଅନାମ ଜେନାଙ୍କ ପତ୍ନୀ ଜ୍ୟୋତ୍ସ୍ନା। ସେ ନଦୀ କୂଳରେ ବସି ଲୁଗା ସଫା କରୁଥିବା ସମୟରେ ଏକ କୁମ୍ଭୀର ତାଙ୍କୁ ନଦୀ ଭିତରକୁ ଟାଣି ନେଇଥିଲା। ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ମହିଳାଙ୍କ ମୁଣ୍ଡ ଓ ଗୋଟିଏ […]

ଯାଜପୁର: କୁମ୍ଭୀର ପାଟିରେ ଗଲା ମହିଳାଙ୍କଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ବରୀ ବ୍ଳକ ଅମଠପୁର ଦେଇ ପ୍ରବାହିତ ବିରୂପା ନଦୀରେ । ମୃତ ମହିଳା ହେଲେ ଅମଠପୁର ପଞ୍ଚାୟତ ପାଲଟପୁର ଗ୍ରାମର ଅନାମ ଜେନାଙ୍କ ପତ୍ନୀ ଜ୍ୟୋତ୍ସ୍ନା। ସେ ନଦୀ କୂଳରେ ବସି ଲୁଗା ସଫା କରୁଥିବା ସମୟରେ ଏକ କୁମ୍ଭୀର ତାଙ୍କୁ ନଦୀ ଭିତରକୁ ଟାଣି ନେଇଥିଲା। ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ମହିଳାଙ୍କ ମୁଣ୍ଡ ଓ ଗୋଟିଏ ଗୋଡ଼ ବିହୀନ ମୃତ ଶରୀର ଉଦ୍ଧାର କରାଯାଇଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

About The Author: The Sakala