ଭୁବନେଶ୍ବର: ଖଣି ବ୍ୟବସାୟୀ ଶ୍ରୀବତ୍ସ ଜେନାଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟକର ଫାଙ୍କିବା ଅଭିଯୋଗରେ ଚଢ଼ାଉ ହେଉଥିବା ଜଣାପଡ଼ିଛି। ଶ୍ରୀବତ୍ସ ଜେନାଙ୍କ ଭୁବନେଶ୍ବର ବରମୁଣ୍ଡା ସ୍ଥିତ ହାଉସିଂବୋର୍ଡ ସି/୧୭ ଘରେ ଚଢାଉ ଜାରି ରହିଛି । ଚଢାଉରେ ସ୍ଥାନୀୟ ତହସିଲଦାରଙ୍କ ସହ ଅନେକ ସରକାରୀ କର୍ମଚାରୀ ସାମିଲ ଅଛନ୍ତି। ତେବେ ଯାଜପୁର ଡଙ୍କାରି ପାହାଡ଼ରୁ ପଥର ଖୋଳା ମାମଲା ଚଢାଉ କରାଯାଇଥିବା ସୂଚନା ମିଳୁଛି । ବିନା ନିଲାମରେ ଡଙ୍କାରି ପାହାଡ଼ରୁ ଖୋଳା ଚାଲିଥିଲା । ୫୯ କୋଟି ଟଙ୍କାର ଅଧିକ ପଥର ଖୋଳି ଚାଲାଣ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଆୟକର ବିଭାଗର ନଜରରେ ଥିଲେ ଶ୍ରୀବତ୍ସ। ତେବେ ଆଜି ତାଙ୍କ ଘରେ ଆୟକର ବିଭାଗ ଟିମ୍ ପକ୍ଷରୁ ଚଢାଉ କରାଯାଇଛି।
ଆୟକର ଫାଙ୍କିବା ଅଭିଯୋଗରେ ଖଣି ବ୍ୟବସାୟୀ ଶ୍ରୀବତ୍ସ ଜେନାଙ୍କ ଘରେ ଚଢାଉ
ଭୁବନେଶ୍ବର: ଖଣି ବ୍ୟବସାୟୀ ଶ୍ରୀବତ୍ସ ଜେନାଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟକର ଫାଙ୍କିବା ଅଭିଯୋଗରେ ଚଢ଼ାଉ ହେଉଥିବା ଜଣାପଡ଼ିଛି। ଶ୍ରୀବତ୍ସ ଜେନାଙ୍କ ଭୁବନେଶ୍ବର ବରମୁଣ୍ଡା ସ୍ଥିତ ହାଉସିଂବୋର୍ଡ ସି/୧୭ ଘରେ ଚଢାଉ ଜାରି ରହିଛି । ଚଢାଉରେ ସ୍ଥାନୀୟ ତହସିଲଦାରଙ୍କ ସହ ଅନେକ ସରକାରୀ କର୍ମଚାରୀ ସାମିଲ ଅଛନ୍ତି। ତେବେ ଯାଜପୁର ଡଙ୍କାରି ପାହାଡ଼ରୁ ପଥର ଖୋଳା ମାମଲା ଚଢାଉ କରାଯାଇଥିବା ସୂଚନା ମିଳୁଛି । ବିନା ନିଲାମରେ ଡଙ୍କାରି ପାହାଡ଼ରୁ ଖୋଳା […]