ଆସନ୍ତା ୨୮ରେ ବେଙ୍ଗାଲୁରୁରେ ହେବ ଓଡ଼ିଶା ନିବେଶକ ସମ୍ମିଳନୀ

ଭୁବନେଶ୍ୱର: ମୁମ୍ବାଇ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ମାସ ୨୮ ତାରିଖରୁ ଦୁଇଦିନିଆ ବେଙ୍ଗାଲୁରୁ ଗସ୍ତରେ ଯିବେ। ଏହି ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦ୍ୟୋଗପତିମାନଙ୍କୁ ସିଧାସଳଖ ଭେଟିବା ସହ ସେମାନଙ୍କୁ ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ-୨୦୨୨ ପାଇଁ ଆମନ୍ତ୍ରଣ କରିବେ। ବେଙ୍ଗାଲୁରୁରେ ହେବାରୁ ଥିବା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବେ ବୋଲି ଜଣାପଡ଼ିଛି। ବିଶେଷ କରି ଆଇଟି ଶିଳ୍ପ ଏବଂ ଅଟୋ ମୋବାଇଲ କ୍ଷେତ୍ରରେ ରାଜ୍ୟରେ ଯେପରି ଅଧିକ ପୁଞ୍ଜିନିବେଶ ହୋଇପାରିବ, […]

ଭୁବନେଶ୍ୱର: ମୁମ୍ବାଇ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ମାସ ୨୮ ତାରିଖରୁ ଦୁଇଦିନିଆ ବେଙ୍ଗାଲୁରୁ ଗସ୍ତରେ ଯିବେ। ଏହି ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦ୍ୟୋଗପତିମାନଙ୍କୁ ସିଧାସଳଖ ଭେଟିବା ସହ ସେମାନଙ୍କୁ ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ-୨୦୨୨ ପାଇଁ ଆମନ୍ତ୍ରଣ କରିବେ। ବେଙ୍ଗାଲୁରୁରେ ହେବାରୁ ଥିବା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବେ ବୋଲି ଜଣାପଡ଼ିଛି। ବିଶେଷ କରି ଆଇଟି ଶିଳ୍ପ ଏବଂ ଅଟୋ ମୋବାଇଲ କ୍ଷେତ୍ରରେ ରାଜ୍ୟରେ ଯେପରି ଅଧିକ ପୁଞ୍ଜିନିବେଶ ହୋଇପାରିବ, ସେ ନେଇ ଆଲୋଚନା କରିବେ। ଏହା ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ର(ଖାଦ୍ୟ ପ୍ର୍‍କ୍ରିୟାକରଣ, ମେଟାଲ ଅଣ୍ଡ ମେଟାଲ ଡାଉନଷ୍ଟ୍ରିମ୍‍, ଲଜିଷ୍ଟିକ୍‍, ପ୍ଲାଷ୍ଟିକ, କେମିକାଲ) କ୍ଷେତ୍ରରେ ନିବେଶ ନେଇ ଶିଳ୍ପପତିଙ୍କ ସହ ଆଲୋଚନା କରାଯିବ। ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ପ୍ରଶାସନର ଶୀର୍ଷ ଅଧିକାରୀମାନେ ମଧ୍ୟ ବାଙ୍ଗାଲୋର ଗସ୍ତ କରିବେ।

About The Author: The Sakala