ବିଶ୍ୱ ଜଳ ଦିବସ ଅବସରରେ ଜଳଦାନ କେନ୍ଦ୍ରର ଶୁଭାରମ୍ଭ

ଭୁବନେଶ୍ୱର: ଆଜି ମାର୍ଚ୍ଚ ୨୨ ବିଶ୍ୱ ଜଳ ଦିବସ । ଏହି ବିଶ୍ୱ ଜଳ ଦିବସ  ବସରରେ ସ୍ଥାନୀୟ ମହାତ୍ମାଗାନ୍ଧୀ ମାର୍ଗରେ ଏକ ଜଳଦାନ କେନ୍ଦ୍ରର ଶୁଭାରମ୍ଭ କରାଯାଇଅଛି। ଆଗାମୀ ଦିନରେ ହେବାକୁ ଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ପଥଚାରୀ ମାନଙ୍କୁ ପ୍ରତ୍ୟେହ ସ୍ଵଛ ପାନୀୟ ଜଳ ପ୍ରଦାନ ନିମନ୍ତେ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ଏହା ଆରମ୍ଭ କରାଯାଇଅଛି। ଏହା ଆସନ୍ତା ରଜ ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପରିଷଦ ତରଫରୁ ସୂଚନା […]

ଭୁବନେଶ୍ୱର: ଆଜି ମାର୍ଚ୍ଚ ୨୨ ବିଶ୍ୱ ଜଳ ଦିବସ । ଏହି ବିଶ୍ୱ ଜଳ ଦିବସ  ବସରରେ ସ୍ଥାନୀୟ ମହାତ୍ମାଗାନ୍ଧୀ ମାର୍ଗରେ ଏକ ଜଳଦାନ କେନ୍ଦ୍ରର ଶୁଭାରମ୍ଭ କରାଯାଇଅଛି। ଆଗାମୀ ଦିନରେ ହେବାକୁ ଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ପଥଚାରୀ ମାନଙ୍କୁ ପ୍ରତ୍ୟେହ ସ୍ଵଛ ପାନୀୟ ଜଳ ପ୍ରଦାନ ନିମନ୍ତେ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ଏହା ଆରମ୍ଭ କରାଯାଇଅଛି। ଏହା ଆସନ୍ତା ରଜ ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପରିଷଦ ତରଫରୁ ସୂଚନା ଦିଆଯାଇଛି |

ଶୁଭାରମ୍ଭ କାର୍ଯ୍ୟକ୍ରମରେ କମିସନର ପୁଲିସ ଜୋନ- ୧ ର ଏସିପି  ମାନସ ଗଡ଼ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ୟାପିଟାଲ ଥାନା ଆଇଆଇସି ପଦ୍ମନାଭ ପ୍ରଧାନ, ସମାଜସେବୀ ମାନି ପଣ୍ଡା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ । ପରିଷଦର ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ଜେନାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ଲକ୍ଷ୍ମଣ ଦାଶ, ଯୁବ କର୍ମୀ ନିରଞ୍ଜନ ସାହୁ, ସୁକାନ୍ତ ମହାନ୍ତି, ସିମାଦ୍ରି ଶେଖର ସାହାଣୀ, ବୈଲୋଚନ ସାହୁ, ମନୋରଂଜନ ଦାଶ, ଜୟପ୍ରଦା ସାମନ୍ତରାୟ ପ୍ରମୁଖ ସହଯୋଗ କରିଥିଲେ ।

About The Author: The Sakala