ଭଦ୍ରକ : ବହୁ ପ୍ରତୀକ୍ଷିତ ଭଦ୍ରକ ଜିଲ୍ଲା ନ୍ୟାୟାଳୟର ନୂତନ ପରିସର ଆଜି ଉଦଘାଟିତ ହୋଇଯାଇଛି। ମାନ୍ୟବର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏସ ମୁରଲୀଧର ଏହାକୁ ଆଜି ଭରଚୁଆଲ ମାଧ୍ୟମରେ ଉଦଘାଟନ କରିଥିଲେ। ସୂଚନା ଅନୁଯାୟୀ ୨୦୧୬ ମସିହାରେ ଭଦ୍ରକ ସହରରୁ ପ୍ରାୟ ୬ କିଲୋମିଟର ଦୂର ନଳାଙ୍ଗ ଠାରେ ଏହି ନୂତନ କୋର୍ଟ ବିଲଡିଂ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା। ଯାହାକୁ ଭଦ୍ରକ ଓକିଲ ସଙ୍ଘ ପକ୍ଷରୁ ବିରୋଧ କରାଯାଇ ନିମ୍ନ ଅଦାଲତ, ଉଚ୍ଚ ନ୍ୟାୟାଳୟ ସହ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ରେ ବିଭିନ୍ନ ମାମଲା ଦାଖଲ କରାଯାଇଥିଲା। ତେବେ ଆଜି ଶେଷରେ ଏହା ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନ ଉତ୍ସବରେ ଭଦ୍ରକ ଜିଲ୍ଲା ନ୍ୟାୟଧୀଶ ଜଷ୍ଟିସ ଦେବବ୍ରତ ଦାସ, ଜଷ୍ଟିସ ସୁବାଷ ପରିଜା ଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ବିଚାରପତି ଓ ଅଧିକାରୀ ମାନେ ପ୍ରମୁଖ ଉପସ୍ଥିତ ଥିଲେ।
ଭଦ୍ରକ ଜ଼ିଲ୍ଲା ନ୍ୟାୟାଳୟ ର ନୂତନ ପରିସର ଉଦଘାଟନ
ଭଦ୍ରକ : ବହୁ ପ୍ରତୀକ୍ଷିତ ଭଦ୍ରକ ଜିଲ୍ଲା ନ୍ୟାୟାଳୟର ନୂତନ ପରିସର ଆଜି ଉଦଘାଟିତ ହୋଇଯାଇଛି। ମାନ୍ୟବର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏସ ମୁରଲୀଧର ଏହାକୁ ଆଜି ଭରଚୁଆଲ ମାଧ୍ୟମରେ ଉଦଘାଟନ କରିଥିଲେ। ସୂଚନା ଅନୁଯାୟୀ ୨୦୧୬ ମସିହାରେ ଭଦ୍ରକ ସହରରୁ ପ୍ରାୟ ୬ କିଲୋମିଟର ଦୂର ନଳାଙ୍ଗ ଠାରେ ଏହି ନୂତନ କୋର୍ଟ ବିଲଡିଂ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା। ଯାହାକୁ ଭଦ୍ରକ ଓକିଲ ସଙ୍ଘ ପକ୍ଷରୁ ବିରୋଧ କରାଯାଇ ନିମ୍ନ ଅଦାଲତ, ଉଚ୍ଚ […]