ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୯୪୨ ପଜିଟିଭି ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୪୬୩ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୫୯୫୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୫୦୦ ସଂକ୍ରମିତ ।
ଅନୁଗୁଳରୁ ୧୮୩ , ବାଲେଶ୍ୱରରୁ ୨୯୬, ବରଗଡ଼ ୬୬, ଭଦ୍ରକ ୧୭୯, ବଲାଙ୍ଗୀର ୧୮ , ବୌଦ୍ଧ ୫୯, କଟକ ୨୩୦, ଦେବଗଡ଼ ୨୩, ଢେଙ୍କାନାଳ ୫୪, ଗଜପତି ୫୮, ଗଞ୍ଜାମ ୩୬, ଜଗତସିଂହପୁର ୧୨୯, ଯାଜପୁର ୩୯୧, ଝାରସୁଗୁଡ଼ା ୯, କଳାହାଣ୍ଡି ୫୪ , କନ୍ଧମାଳ ୫୫, କେନ୍ଦ୍ରାପଡ଼ା ୭୩, କେନ୍ଦୁଝର ୮୯, କୋରାପୁଟ ୬୩, ମାଲକାନଗିରି ୭୨ , ମୟୂରଭଞ୍ଜ ୧୮୭, ନବରଙ୍ଗପୁର ୮୩, ନୟାଗଡ଼ ୯୭, ନୂଆପଡ଼ା ୨୮, ପୁରୀ ୧୪୧, ରାୟଗଡ଼ା ୪୫, ସମ୍ୱଲପୁର ୩୮, ସୋନପୁର ୨୫ , ସୁନ୍ଦରଗଡ଼ ୪୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।