ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦୫୮ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୨୬ ଜଣ କ୍ବାରାଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୪୨ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯୪୫୬୫ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୩୭୬ ସଂକ୍ରମିତ ।
ଅନୁଗୁଳରୁ ୩୨ , ବାଲେଶ୍ୱରରୁ ୩୮ , ବରଗଡ଼ ୧୧ , ଭଦ୍ରକ ୩୨ , ବଲାଙ୍ଗୀର ୨ , ବୌଦ୍ଧ ୩ , କଟକ ୧୬୨, ଦେବଗଡ଼ ୫, ଢେଙ୍କାନାଳ ୧୮ , ଗଜପତି , ଗଞ୍ଜାମ ୫ , ଜଗତସିଂହପୁର ୩୭ , ଯାଜପୁର ୭୭ , ଝାରସୁଗୁଡ଼ା ୫ , କଳାହାଣ୍ଡି ୮ , କନ୍ଧମାଳ ୪ , କେନ୍ଦ୍ରାପଡ଼ା ୩୨ , କେନ୍ଦୁଝର ୪ , କୋରାପୁଟ ୪ , ମାଲକାନଗିରି ୫ , ମୟୂରଭଞ୍ଜ ୩୭ , ନବରଙ୍ଗପୁର ୧ , ନୟାଗଡ଼ ୧୭ , ନୂଆପଡ଼ା ୫ , ପୁରୀ ୨୬ , ରାୟଗଡ଼ା ୪ , ସମ୍ୱଲପୁର ୬ , ସୋନପୁର ୩ , ସୁନ୍ଦରଗଡ଼ ୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।