ବଜେଟରେ ସ୍ବସ୍ଥ୍ଯକୁ ଗୁରୁତ୍ବ: ସ୍ୱାସ୍ଥ୍ୟ ସେବା ନିମନ୍ତେ ୧୨,୬୨୪ କୋଟି, ପୂର୍ବବର୍ଷଠାରୁ ବ୍ୟୟ ଅଟକଳ ୨୫% ଅଧିକ

ଭୁବନେଶ୍ବର: ସ୍ୱାସ୍ଥ୍ୟ ସେବାକୁ ରାଜ୍ୟ ସରକାର ସର୍ବାଧିକ ପ୍ରାଧାନ୍ୟ ଦେଉଛନ୍ତି। ଏହି ଲକ୍ଷ୍ୟରେ ଜନସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବଜେଟରେ ୧୨,୬୨୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପୂର୍ବ ବର୍ଷ ତୁଳନାରେ ଏଥର ୨୫% ଅଧିକ ଅନୁଦାନ ମିଳିଛି। ସେଥିରୁ ବିଏସ୍‍କେୱାଇ ପାଇଁ ୨୬୬୪ କୋଟି ଟଙ୍କା ଦିଆଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ୍‍ ନିମନ୍ତେ ୨୩୨୫ କୋଟି, ପରିବାର କଲ୍ୟାଣ ଯୋଜନା ପାଇଁ ୫୧୪ କୋଟି, ଆନୁସଙ୍ଗିକ ସ୍ୱାସ୍ଥ୍ୟ ସେବା ପାଇଁ ୬୫୨ କୋଟି, ଜାତୀୟ […]

ଭୁବନେଶ୍ବର: ସ୍ୱାସ୍ଥ୍ୟ ସେବାକୁ ରାଜ୍ୟ ସରକାର ସର୍ବାଧିକ ପ୍ରାଧାନ୍ୟ ଦେଉଛନ୍ତି। ଏହି ଲକ୍ଷ୍ୟରେ ଜନସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବଜେଟରେ ୧୨,୬୨୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପୂର୍ବ ବର୍ଷ ତୁଳନାରେ ଏଥର ୨୫% ଅଧିକ ଅନୁଦାନ ମିଳିଛି। ସେଥିରୁ ବିଏସ୍‍କେୱାଇ ପାଇଁ ୨୬୬୪ କୋଟି ଟଙ୍କା ଦିଆଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ୍‍ ନିମନ୍ତେ ୨୩୨୫ କୋଟି, ପରିବାର କଲ୍ୟାଣ ଯୋଜନା ପାଇଁ ୫୧୪ କୋଟି, ଆନୁସଙ୍ଗିକ ସ୍ୱାସ୍ଥ୍ୟ ସେବା ପାଇଁ ୬୫୨ କୋଟି, ଜାତୀୟ ସ୍ୱାସ୍ଥ୍ୟ ମିଶନ୍‍ ପାଇଁ ୨୧୫୬ କୋଟି ଏବଂ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମାନବ ସମ୍ବଳ ଏବଂ ମେଡିକାଲ ଶିକ୍ଷା ପାଇଁ ୩୧୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

About The Author: The Sakala