ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଓ ଭାଇରାଲ ହେଲେ ଦାୟୀ ରହିବେ ପ୍ରଧାନଶିକ୍ଷକ, ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ମାଟ୍ରିକ ପ୍ରଶ୍ନପତ୍ର ଲିକ କିମ୍ବା ଭାଇରାଲ ହେଲେ ସମ୍ପୃକ୍ତ ସ୍କୁଲ ପ୍ରଧାନଶିକ୍ଷକ ହିଁ ଦାୟୀ ରହିବେ। ଏପରି ଅନେକ କିଛି ସଂସ୍କାର ନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ପଞ୍ଚମ ବ୍ଲକ ସ୍ତରୀୟ ମାସିକ ଆଲୋଚନା କାର୍ଯ୍ୟକ୍ରମରେ ଅବଗତ କରିବା ସହ ଏକ ଲେଖା ବି ପ୍ରକାଶ ପାଇଛି। ଦିନ କେଇଟା ପରେ ମାଟ୍ରିକ୍ ପରୀକ୍ଷା ତା’ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ […]

ଭୁବନେଶ୍ବର: ମାଟ୍ରିକ ପ୍ରଶ୍ନପତ୍ର ଲିକ କିମ୍ବା ଭାଇରାଲ ହେଲେ ସମ୍ପୃକ୍ତ ସ୍କୁଲ ପ୍ରଧାନଶିକ୍ଷକ ହିଁ ଦାୟୀ ରହିବେ। ଏପରି ଅନେକ କିଛି ସଂସ୍କାର ନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ପଞ୍ଚମ ବ୍ଲକ ସ୍ତରୀୟ ମାସିକ ଆଲୋଚନା କାର୍ଯ୍ୟକ୍ରମରେ ଅବଗତ କରିବା ସହ ଏକ ଲେଖା ବି ପ୍ରକାଶ ପାଇଛି। ଦିନ କେଇଟା ପରେ ମାଟ୍ରିକ୍ ପରୀକ୍ଷା ତା’ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ଯଦି କୌଣସି ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନଜରକୁ ଆସେ ତାହାହେଲେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ଏଥିପାଇଁ ଦାୟୀ ରହିବେ ଏବଂ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ପରୀକ୍ଷା ଚାଲିଥିବା ସମୟରେ ପରୀକ୍ଷା କେନ୍ଦ୍ର ପରିଚାଳକଙ୍କ ବ୍ୟତୀତ ଅନ୍ୟ କେହି କେନ୍ଦ୍ର ଭିତରକୁ ମୋବାଇଲ୍ ନେଇପାରିବେ ନାହିଁ। ମୋବାଇଲ୍ ପ୍ରବେଶ ଉପରେ କଟକଣା ଲଗାଯାଇଛି। ସେହିପରି ପ୍ରଶ୍ନପତ୍ର ଥିବା ଆଲମାରିର ଚାବିକାଠି କେବଳ କେନ୍ଦ୍ର କୌଣସି ପ୍ୟାକେଟ୍ କିମ୍ବା କାଗଜପତ୍ର ଯାଞ୍ଚ କରିବାକୁ ଦେବା ପୂର୍ବରୁ ସମ୍ପୃକ୍ତ ଅଧିକାରୀଙ୍କ ପରିଚୟ ସମ୍ପର୍କରେ ପରିଚାଳକ ଭଲ ଭାବେ ଜାଣିଥିବା ଆବଶ୍ୟକ। ଅଚିହ୍ନା ବ୍ୟକ୍ତିକୁ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ ଲାଗି ଅନୁମତି ନ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ପରୀକ୍ଷାରେ କପି ରୋକିବା ଓ ଶତ ପ୍ରତିଶତ ଉପସ୍ଥାନ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ପରୀକ୍ଷା କେନ୍ଦ୍ରରେ ୧୨ରୁ ୨୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ଜଣେ ନିରୀକ୍ଷକ, ୪୮ରୁ ୯୬ ପରୀକ୍ଷାର୍ଥୀଙ୍କ ପାଇଁ ଜଣେ ରିଲିଭିଂ ନିରୀକ୍ଷକ ଓ ୨୪ରୁ ୨୮ ପରୀକ୍ଷାର୍ଥୀଙ୍କ ପାଇଁ ଜଣେ ଭ୍ରାମ୍ୟମାଣ ନିରୀକ୍ଷକ ରହିବେ। ନିରୀକ୍ଷକ ପ୍ରଶ୍ନପତ୍ର ବାଣ୍ଟିବେ, ରିଲିଭିଂ ପରୀକ୍ଷକ ମୂଳ ନିରୀକ୍ଷକଙ୍କ ଅନୁପସ୍ଥିତିରେ ଦାୟିତ୍ଵ ତୁଲାଇବେ, ଭ୍ରାମ୍ୟମାଣ ନିରୀକ୍ଷକ ପରୀକ୍ଷା କେନ୍ଦ୍ର ବାହାର ସ୍ଥିତି ଉପରେ ନଜର ରଖିବେ।

ପ୍ରଥମ ଦିନ ପରୀକ୍ଷାର ଦିନକ ପୂର୍ବରୁ ପରୀକ୍ଷା ସୁପରିଚାଳନା ନେଇ କେନ୍ଦ୍ର ପରିଚାଳକ ଏକ ସଂକ୍ଷିପ୍ତ ବୈଠକ କରି ନିର୍ଦ୍ଧାରିତ ଶିକ୍ଷକ, କର୍ମଚାରୀଙ୍କୁ ଦାୟିତ୍ଵ ବଣ୍ଟନ କରିବେ ସକାଳ ୭ଟା ସକାଳ ୭ଟା ୩୦ରେ ପରୀକ୍ଷା କେନ୍ଦ୍ର ଖୋଲିବ। ୮ଟା ୩୦ରେ ଓଏମ୍‌ଆର ସିଟ୍ ୪୫ରେ ପ୍ରଶ୍ନ-ଉତ୍ତର ପୁସ୍ତିକା ବଣ୍ଟନ କରାଯିବା ସକାଳ ୮ଟା ୪୫ରୁ ୯ଟା ମଧ୍ୟରେ ପରୀକ୍ଷାର୍ଥୀ ଓଏମ୍‌ଆର ସିଟ୍‌ର ଓ ୮ଟା ପ୍ରଥମ ପୃଷ୍ଠାରେ ପରୀକ୍ଷା କେନ୍ଦ୍ର କୋଡ୍, ଉପାନ ବିଦ୍ୟାଳୟ କୋଡ୍ ଓ ରୋ ରୋଲ୍ ନମ୍ବର ସ୍ପଷ୍ଟ କରାଯିବ. ଅଦ୍ଧବାର୍ଷିକ ପରୀକ୍ଷାରେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତି ହ୍ରାସ କରିବା ଉପରେ ଗୁରୁତ୍ବ ଦିଆଯାଇ ଅନୁପସ୍ଥିତଙ୍କ ତାଲିକା ଓ ଅନୁପସ୍ଥିତ ରହିବାର କାରଣ ପ୍ରଧାନଶିକ୍ଷକମାନେ ବିଷୟରେ ଦର୍ଶାଇବେ। ମାଟ୍ରିକ୍ ପରୀକ୍ଷାରେ ଯାଇ ପରୀକ୍ଷାର୍ଥୀଙ୍କ ଶତ ପ୍ରତିଶତ ଉପସ୍ଥିତି ନିଶ୍ଚିତ କରିବାକୁ କୁହାଯାଇଛି। ସେଥିପାଇଁ ପୂର୍ବରୁ ସଚେତନ ହୋଇ କାର୍ଯ୍ୟ କରିବେ।

ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ପ୍ରଥମେ ବୁଝାଇବେ ଦାୟିତ୍ବରେ ଥିବା ଶିକ୍ଷକ-ଶିକ୍ଷୟିତ୍ରୀ ନିୟମିତ ଭାବେ ଅନୁପସ୍ଥିତ ରହୁଥିବା ଥିବା ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ବୁଝାଇବେ ଏବଂ ସୁନିଶ୍ଚିତ କରିବେ। ପୂର୍ବବର୍ଷ କେତେ ଜଣ ଏ-୧ ଗ୍ରେଡ୍ ପାଇଥିଲେ ଓ ଚଳିତବର୍ଷ କେତେଜଣ ଏ-୧ ଗ୍ରେଡ୍ ପାଇବାକୁ ଲକ୍ଷ୍ୟ ରଖିଛନ୍ତି, ତାହାର ତୁଳନାତ୍ମକ ଚିତ୍ର ପ୍ରଦାନ କରାଯିବ। କିଭଳି ଏ-୧ ଗ୍ରେଡ୍ ବଢ଼ିବ, ସେ ଦିଗରେ ପ୍ରଧାନଶିକ୍ଷକମାନେ ପଦକ୍ଷେପ ନେବେ।

About The Author: The Sakala