ନୃଶଂସ ସ୍ବାମୀର ବିଭତ୍ସ କାଣ୍ଡ; ସ୍ତ୍ରୀକୁ ପଥରରେ ଛେଚି କଲା ହତ୍ୟା

ମୋହନା: ନୃଶଂସ ସ୍ବାମୀର ବିଭତ୍ସ ହତ୍ୟାକାଣ୍ଡ। ସ୍ତ୍ରୀକୁ ଅମାନବୀୟ ଭାବେ ହତ୍ୟା କଲା ସ୍ବାମୀ । ଅତି ବୀଭତ୍ସ ଭାବେ ପଥରରେ ଛେଚି ପତ୍ନୀକୁ ହତ୍ୟା କରିଛି ସ୍ୱାମୀ । ଏପରି ହୃଦୟବିଦାରକ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଭାଲିଆଗଣି ଗାଁରେ । ପାରିବାରିକ କଳହରୁ ଏହି ହତ୍ୟା କାଣ୍ଡ ହୋଇଥିବା ସନ୍ଦେହ।ମୃତ ସ୍ତ୍ରୀ ହେଲେ ସୁକାନ୍ତି ନାୟକ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହତ୍ୟାକାରୀ ସ୍ବାମୀଙ୍କୁ […]

ମୋହନା: ନୃଶଂସ ସ୍ବାମୀର ବିଭତ୍ସ ହତ୍ୟାକାଣ୍ଡ। ସ୍ତ୍ରୀକୁ ଅମାନବୀୟ ଭାବେ ହତ୍ୟା କଲା ସ୍ବାମୀ । ଅତି ବୀଭତ୍ସ ଭାବେ ପଥରରେ ଛେଚି ପତ୍ନୀକୁ ହତ୍ୟା କରିଛି ସ୍ୱାମୀ । ଏପରି ହୃଦୟବିଦାରକ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଭାଲିଆଗଣି ଗାଁରେ । ପାରିବାରିକ କଳହରୁ ଏହି ହତ୍ୟା କାଣ୍ଡ ହୋଇଥିବା ସନ୍ଦେହ।ମୃତ ସ୍ତ୍ରୀ ହେଲେ ସୁକାନ୍ତି ନାୟକ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହତ୍ୟାକାରୀ ସ୍ବାମୀଙ୍କୁ ଅଟକ ରଖିଛି ପୋଲିସ୍‌।

ସୂଚନା ଅନୁସାରେ, ନୃଶଂସ ସ୍ବାମୀ ଭଗବାନ ନାୟକ ଓ ତାଙ୍କ ପତ୍ନୀ ସୁକାନ୍ତି ନାୟକଙ୍କ ମଧ୍ୟରେ ଅନେକ ସମୟରେ ପାରିବାରିକ ଗଣ୍ଡଗୋଳ ଘଟିଥାଏ। କିନ୍ତୁ ଶନିବାର ରାତିରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଭଗବାନ ତାଙ୍କ ପତ୍ନୀ ସୁକାନ୍ତିଙ୍କୁ ଅତି ବୀଭତ୍ସଭାବେ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି।

About The Author: The Sakala