ଏବେ ବି ରାଜ୍ୟରେ ସକ୍ରିୟ ଅଛନ୍ତି ଶତାଧିକ ମାଓବାଦୀ, ବିଧାନସଭାରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଓଡ଼ିଶାରେ ଏବେ ବି ଶତାଧିକ ମାଓବାଦୀ ସକ୍ରିୟ ଅଛନ୍ତି। ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଗୃହରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦେଇଥିବା ଉତ୍ତରରେ କହିଛନ୍ତି ଯେ ରାଜ୍ୟରେ ୧୦୦ରୁ ଅଧିକ ମାଓବାଦୀ ସକ୍ରିୟ ରହିଛନ୍ତି। ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶକୁ ମାଓ ମୁକ୍ତ କରିବାର ଲକ୍ଷ୍ୟ ରହିଥ‌ିବା ବେଳେ ବର୍ତ୍ତମାନ ରାଜ୍ୟରେ ଆନୁମାନିକ ପ୍ରାୟ ୧୦୦ ରୁ ୧୨୦ ମାଓବାଦୀ ସକ୍ରିୟ […]

ଭୁବନେଶ୍ବର : ଓଡ଼ିଶାରେ ଏବେ ବି ଶତାଧିକ ମାଓବାଦୀ ସକ୍ରିୟ ଅଛନ୍ତି। ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।

ଗୃହରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦେଇଥିବା ଉତ୍ତରରେ କହିଛନ୍ତି ଯେ ରାଜ୍ୟରେ ୧୦୦ରୁ ଅଧିକ ମାଓବାଦୀ ସକ୍ରିୟ ରହିଛନ୍ତି। ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶକୁ ମାଓ ମୁକ୍ତ କରିବାର ଲକ୍ଷ୍ୟ ରହିଥ‌ିବା ବେଳେ ବର୍ତ୍ତମାନ ରାଜ୍ୟରେ ଆନୁମାନିକ ପ୍ରାୟ ୧୦୦ ରୁ ୧୨୦ ମାଓବାଦୀ ସକ୍ରିୟ ଥିବା ନେଇ ସୂଚନା ରହିଅଛ॥

ସେହିପରି ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ ଏବେ ବି ରାଜ୍ୟର ୧୦ ଜିଲ୍ଲା ମାଓବାଦୀ ପ୍ରଭାବିତ। ସେ ଗୁଡିକ ହେଲା କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ରାୟଗଡା, ବରଗଡ, କୋରାପୁଟ ଓ ବୌଦ୍ଧ।

About The Author: The Sakala