ବାଲେଶ୍ଵରରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ, କଂଗ୍ରେସ ଛାଡ଼ିଲେ କସବା ଜୟପୁର ପଞ୍ଚାୟତର ଶତାଧିକ ନେତା-କର୍ମୀ

ବାଲେଶ୍ଵର :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ନୀଳଗିରି ନିର୍ବାଚନମଣ୍ଡଳୀ, ବାହାନଗା ବ୍ଳକର ଶତାଧିକ କର୍ମୀ ଓ ନେତା ବୁଧବାର ଦିନ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି। ଏକଦା କଂଗ୍ରେସର ଗଡ଼ କୁହାଯାଉଥିବା କସବା ଜୟପୁର ପଞ୍ଚାୟତର ପ୍ରମୁଖ ନେତା ଓ କର୍ମୀ ବିଜେଡିରେ ଯୋଗଦାନ କରିଥିବାରୁ ଏହାର ପ୍ରଭାବ ନୀଳଗିରି ନିର୍ବାଚନମଣ୍ଡଳୀ ଓ ଜିଲ୍ଲା ରାଜନୀତିରେ ପଡ଼ିବାର ସମ୍ଭାବନା ସୃଷ୍ଟି ହୋଇଛି। ବିଜେଡିରେ ସାମିଲ ହୋଇଥିବା ନେତାଙ୍କ ମଧ୍ୟରେ ସରପଞ୍ଚ […]

ବାଲେଶ୍ଵର :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ନୀଳଗିରି ନିର୍ବାଚନମଣ୍ଡଳୀ, ବାହାନଗା ବ୍ଳକର ଶତାଧିକ କର୍ମୀ ଓ ନେତା ବୁଧବାର ଦିନ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି। ଏକଦା କଂଗ୍ରେସର ଗଡ଼ କୁହାଯାଉଥିବା କସବା ଜୟପୁର ପଞ୍ଚାୟତର ପ୍ରମୁଖ ନେତା ଓ କର୍ମୀ ବିଜେଡିରେ ଯୋଗଦାନ କରିଥିବାରୁ ଏହାର ପ୍ରଭାବ ନୀଳଗିରି ନିର୍ବାଚନମଣ୍ଡଳୀ ଓ ଜିଲ୍ଲା ରାଜନୀତିରେ ପଡ଼ିବାର ସମ୍ଭାବନା ସୃଷ୍ଟି ହୋଇଛି। ବିଜେଡିରେ ସାମିଲ ହୋଇଥିବା ନେତାଙ୍କ ମଧ୍ୟରେ ସରପଞ୍ଚ ଛବିରାଣୀ ନାୟକ, ସମିତି ସଭ୍ୟ ଲକ୍ଷ୍ମୀପ୍ରିୟା ଜେନା, ପୂର୍ବତନ ସମିତି ସଭ୍ୟ ଅରବିନ୍ଦ ଜେନା, ପ୍ରଫୁଲ୍ଲ ବିଶ୍ବାଳ, କଂଗ୍ରେସର ଦଳର ପଞ୍ଚାୟତ ଦୀଲିପ କୁମାର ଦାସ, ୱାର୍ଡ଼ ସଭ୍ୟସଭ୍ୟା ଗୀତାଞ୍ଜଳି ଘଡ଼େଇ, ରେବତୀ ମଲ୍ଲିକ, ବସନ୍ତ କୁମାର ମଲ୍ଲିକ, ଭବାନୀ ଦାସ, ଦୟାନିଧୀ ଦାସ, ମହେଶ୍ଵର ମଲ୍ଲିକ, କଂଗ୍ରେସ ନେତା ଘନଶ୍ୟାମ ବିଶ୍ବାଳ, ଗୋପାଳ ମଲ୍ଲିକ, ପୂର୍ଣ୍ଣଚନ୍ଦ୍ର ରାଉତ, ସଞ୍ଜୟ ପଣ୍ଡାଙ୍କ ସମେତ ଶତାଧିକ କର୍ମୀ ରହିଛନ୍ତି ଏମାନଙ୍କ ସହିତ ବିଜେପିରୁ ବରିଷ୍ଠ ନେତା ମନୋରଞ୍ଜନ ମହାରଣା, ଉତ୍ତମ କୁମାର ସାହୁ, ମହେଶ୍ଵର ସାହୁ, ଲକ୍ଷ୍ମୀଧର ସେଠୀ, ଖନ୍ତାପଡ଼ା ପଞ୍ଚାୟତ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ମହାପାତ୍ର, ନୀଳଗିରି ଅଞ୍ଚଳର ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ବରିଷ୍ଠ ପ୍ରବନ୍ଧକ ମଦନମୋହନ ମାଝୀ ଓ ତାଙ୍କ ପତ୍ନୀ ଶୁଭଲକ୍ଷ୍ମୀ ମାଝୀ, ପଥରପେଣ୍ଠ ପଞ୍ଚାୟତର ବରିଷ୍ଠ କଂଗ୍ରେସ ନେତା ଦାମୋଦର ବେହେରାଙ୍କ ସମେତ ଅନ୍ୟଦଳର ବହୁ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଇଥିଲେ। ବିଜେଡି ଜିଲାସଭାପତି ରବୀନ୍ଦ୍ର କୁମାର ଜେନା ସମସ୍ତଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ବାଗତ କରିଥିଲେ।

ବାଲେଶ୍ଵର ସହର ଓଟି ରୋଡସ୍ଥିତ ବିଜେଡି ଜିଲ୍ଲା କାର୍ଯ୍ୟା ଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ସାଂସଦ ଶ୍ରୀ ଜେନା ସଭାପତିତ୍ଵ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ନୀଳଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସନ୍ତୋଷ କୁମାର ଖଟୁଆ, ଜିଲା ବିଜେଡି ଉପସଭାପତି ଗୌରୀକୁମାର ରାଉତ, ଜିଲା ସାଧାରଣ ସମ୍ପାଦକ ବରଦାପ୍ରସନ୍ନ ପଟ୍ଟନାୟକ, ରାଜ୍ୟ ଯୁଗ୍ମ ସମ୍ପାଦକ ଗତିକୃଷ୍ଣ ନନ୍ଦ, ଜିଲା କୃଷକ ମୋର୍ଚ୍ଚା ସଭାପତି ଅଜୟ କୁମାର ସାମଲ, ଜିଲା ଯୁବ ବିଜେଡି ସଭାପତି ତାପସ ପରିଡ଼ା, ଜିଲ୍ଲା ଛାତ୍ର ବିଜେଡି ସଭାପତି ସିମନ ଦାସମହାପାତ୍ର, ନୀଳଗିରି ବ୍ଲକ ବିଜେଡି ସଭାପତି ବିଜୟ ଲେଙ୍କା, ବରିଷ୍ଠ ବିଜେଡି ନେତା ଗିରିଶ ଚନ୍ଦ୍ର ଦାସ ଓ ବାବୁଲି ରାଉତ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ମିଶ୍ରଣ ଅବସରରେ ଶ୍ରୀ ଜେନା କହିଥିଲେ ଯେ ଏହି ମିଶ୍ରଣ ନିଶ୍ଚିତ ଭାବେ ନୀଳଗିରି ନିର୍ବାଚନମଣ୍ଡଳୀ ତଥା ଜିଲା ରାଜନୀତିରେ ବଡ଼ ପରିବର୍ତ୍ତନ ଆଣିବ। ପୂର୍ବ ନିର୍ବାଚନରେ ଏହି ପଞ୍ଚାୟତର ପାଇଁ କମ ଭୋଟ ପାଇ ଆମ ବିଧାୟକ ପ୍ରାର୍ଥୀ ପରାଜିତ ହୋଇଥିଲେ। ତେଣୁ ଏହା ଉପରେ ଫୋକସ କରିବା ପାଇଁ ଯୋଜନା ରହିଥିଲା। ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲୁ। ଯାହାର ଫଳ ସ୍ୱରୂପ ସେହି ଅଞ୍ଚଳର ଶତାଧ କ ନେତା ଓ କର୍ମୀ ଏବେ ସ୍ଵତଃପ୍ରବୃତ୍ତ ଭାବେ ବିଜେଡିରେ ସାମିଲ ହେବାକୁ ଆଗ୍ରହ ଦେଖାଇଥିଲେ। ଏହା ଆଗାମି ନିର୍ବାଚନ ପାଇଁ ନିଶ୍ଚିତ ବହୁତ ଭଲ ସୂଚନା। ଆଗକୁ ଆମେ ଏଭଳି ପ୍ରୟାସ ଜାରି ରଖିବୁ ବୋଲି କହିଥିଲେ।

About The Author: The Sakala