ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ ମାମଲା : ୧୪ ବର୍ଷକୁ ଦଣ୍ଡ କମାଇଲେ ହାଇକୋର୍ଟ

କଟକ : ଏକ ହତ୍ୟା ମାମଲାରେ ଗିରଫ ହୋଇ ନିମ୍ନ ଅଦାଲତରେ ଦୋଷୀ ସାବ୍ୟସ୍ତ ହେବା ସହ ଆଜୀବନ ସଜା କାଟୁଥିବା ଜଣେ ଦୋଷୀକୁ ଦିଆଯାଇଥିବା ଆଜୀବନ କାରାଦଣ୍ଡାଦେଶକୁ ରଦ୍ଦ କରିଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ହାଇକୋର୍ଟ ମୁଖ୍ୟବିଚାରପତି ଜଷ୍ଟିସ ଏସ ମୁରଲୀଧର ଓ ବିଚାରପତି ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି କ୍ରିମିନାଲ ଅପିଲର ଶୁଣାଣି କରି ଉପରୋକ୍ତ ଆଦେଶ ପ୍ରଦାନ କରିଛନ୍ତି। ପ୍ରକାଶଯେ ୨୦୦୭ ସେପ୍ଟେମ୍ବର ୨୪ତାରିଖରେ କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା […]

କଟକ : ଏକ ହତ୍ୟା ମାମଲାରେ ଗିରଫ ହୋଇ ନିମ୍ନ ଅଦାଲତରେ ଦୋଷୀ ସାବ୍ୟସ୍ତ ହେବା ସହ ଆଜୀବନ ସଜା କାଟୁଥିବା ଜଣେ ଦୋଷୀକୁ ଦିଆଯାଇଥିବା ଆଜୀବନ କାରାଦଣ୍ଡାଦେଶକୁ ରଦ୍ଦ କରିଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ହାଇକୋର୍ଟ ମୁଖ୍ୟବିଚାରପତି ଜଷ୍ଟିସ ଏସ ମୁରଲୀଧର ଓ ବିଚାରପତି ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି କ୍ରିମିନାଲ ଅପିଲର ଶୁଣାଣି କରି ଉପରୋକ୍ତ ଆଦେଶ ପ୍ରଦାନ କରିଛନ୍ତି। ପ୍ରକାଶଯେ ୨୦୦୭ ସେପ୍ଟେମ୍ବର ୨୪ତାରିଖରେ କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅନ୍ତର୍ଗତ ତାଳପଦା ଗ୍ରାମରେ ଆବେଦନକାରୀ ରଞ୍ଜନ ଜୁଆଙ୍ଗ ଓ ତା’ର ଜଣେ ସାଙ୍ଗଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଆବେଦନକାରୀଙ୍କ ମାଡ଼ରେ ସାଙ୍ଗର ମୁଣ୍ଡରୁ ରକ୍ତସ୍ରାବ ହୋଇଥିଲା। ତେବେ ପରଦିନ ମେଡିକାଲରେ ଚିକିତ୍ସା କରାଇବା ପାଇଁ ଆବେଦକାରୀ କହିଥିଲେ ମଧ୍ୟ ମେଡିକାଲ ନେଇ ନଥିଲେ।

ପରଦିନ ସନ୍ଧ୍ୟାରେ ସମ୍ପୃକ୍ତ ସାଙ୍ଗର ମୃତ୍ୟୁ ହୋଇଯାଇଥିଲା। ଏନେଇ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇ ଅଭିଯୁକ୍ତ ଆବେଦନକାରୀକୁ ଗିରଫ କରିଥିଲା ପୁଲିସ। ଏହି ମାମଲାରେ ପୁଲିସର ଚାର୍ଜସିଟ ଦାଖଲ ପରେ କେନ୍ଦୁଝର ସେସନ ଜଜ୍‍ ୨୦୦୮ରେ ଆବେଦନକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ୨୦୦୯ରେ ଆବେଦନକାରୀ ହାଇକୋର୍ଟରେ ଉପରୋକ୍ତ ରାୟ ବିରୋଧରେ ଏକ କ୍ରିମିନାଲ ଅପିଲ କରିଥିଲେ। ଖଣ୍ଡପୀଠ ଏହି ଦଣ୍ଡାଦେଶକୁ ରଦ୍ଦ କରିବା ସହ ଏଥିରେ ପରିବର୍ତ୍ତନ କରି ଆବେଦନକାରୀଙ୍କୁ ୩୦୨ ଦଫା ପରିବର୍ତ୍ତେ ୩୦୪ଦଫାରେ ଦୋଷୀ ସାବ୍ୟସ୍ତ କରିବାକୁ ଆଦେଶ ପ୍ରଦାନ କରିଛନ୍ତି। ଯେହେତୁ ଏହି ଦଫା ଅନୁସାରେ ଆବେଦନକାରୀ ୧୪ବର୍ଷ ସଜା କାଟିସାରିଛନ୍ତି ଏଣୁ ତୁରନ୍ତ ଖଲାସ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

About The Author: The Sakala