ବର୍ଷା-ଅନୁଭବଙ୍କୁ ହାଇକୋର୍ଟଙ୍କ ତାଗିଦ: କେହି କାହା ବିରୋଧରେ ଦେଇପାରିବେନି ମନ୍ତବ୍ୟ, ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ ନକରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ହାଇକୋର୍ଟ ଆଜି ଉଭୟଙ୍କୁ ତାଗିଦ କରିଛନ୍ତି। ଜୁଲାଇ ୪ ତାରିଖ ଯାଏଁ ସୋସିଆଲ ମିଡିଆରେ ମନ୍ତବ୍ୟ ନ ଦେବାକୁ ଉଭୟଙ୍କୁ ତାଗିଦ କରିଛନ୍ତି ମାନ୍ୟବର ହାଇକୋର୍ଟ । କେହି କାହା ବିରୋଧରେ ମନ୍ତବ୍ୟ ନଦେବା ସହ ଆଉ କୌଣସି ଭିଡିଓ ପୋଷ୍ଟ ନ କରିବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସୂଚନା ଅନୁଯାୟୀ, ସାମାଜିକ ଗଣମାଧ୍ୟମରେ ତାଙ୍କ ସମ୍ମାନ ହାନି ତଥା ଚରିତ୍ର ସଂହାର ଭଳି ଘଟଣା ବିରୋଧରେ ବର୍ଷା […]

ଭୁବନେଶ୍ବର: ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ହାଇକୋର୍ଟ ଆଜି ଉଭୟଙ୍କୁ ତାଗିଦ କରିଛନ୍ତି। ଜୁଲାଇ ୪ ତାରିଖ ଯାଏଁ ସୋସିଆଲ ମିଡିଆରେ ମନ୍ତବ୍ୟ ନ ଦେବାକୁ ଉଭୟଙ୍କୁ ତାଗିଦ କରିଛନ୍ତି ମାନ୍ୟବର ହାଇକୋର୍ଟ । କେହି କାହା ବିରୋଧରେ ମନ୍ତବ୍ୟ ନଦେବା ସହ ଆଉ କୌଣସି ଭିଡିଓ ପୋଷ୍ଟ ନ କରିବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ସୂଚନା ଅନୁଯାୟୀ, ସାମାଜିକ ଗଣମାଧ୍ୟମରେ ତାଙ୍କ ସମ୍ମାନ ହାନି ତଥା ଚରିତ୍ର ସଂହାର ଭଳି ଘଟଣା ବିରୋଧରେ ବର୍ଷା ପ୍ରିୟଦର୍ଶିନୀ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ଉପରେ ଅଙ୍କୁଶ ଲଗାଇବାକୁ ପ୍ରାର୍ଥନା କରି ବର୍ଷା ହାଇକୋର୍ଟରେ ମାମଲା ଦାୟର କରିଥିଲେ।

ପ୍ରକାଶଥାଉକି,  ଅନୁଭବଙ୍କ ପକ୍ଷରୁ ନିକଟରେ ସିରିଜ ଭିଡିଓ ସାମାଜିକ ଗଣମାଧ୍ୟମରେ ଅପଲୋଡ କରାଯାଇଥିଲା। ତାହାକୁ ନେଇ ବେଶ ହଟଚମଟ ସୃଷ୍ଟି ହୋଇଥିଲା। ଏହା ତାଙ୍କ ନାରୀତ୍ୱକୁ ଅପମାନିତ କରିଥିବା ଓ ସାମାଜିକ ଗଣମାଧ୍ୟମରେ ତାଙ୍କର ଚରିତ୍ର ସଂହାର ହୋଇଥିଲା ବୋଲି ଅଭିଯୋଗ ଆଣିଥିଲେ ବର୍ଷା। ପୁରୀଘାଟ ଓ ସାଇବର ଥାନାରେ ଏତଲା ମଧ୍ୟ ଦେଇଥିଲେ। ସମାନ ଅଭିଯୋଗରେ ସେ  ହାଇକୋର୍ଟରେ ମାମଲା ଦାୟର କରିଥିଲେ।

About The Author: The Sakala