୪ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା

ଭୁବନେଶ୍ୱର : ସୋମବାର ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ୱେଲମାର୍କଡ ଲଘୁଚାପରେ ପରିଣତ ହେବା ସହ ଏହାର ପ୍ରଭାବରେ ୩୦ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଯାହାଦ୍ୱାରା କିଛି ତଳିଆ ଅଞ୍ଚଳରେ ଚାଷ ଜମିଗୁଡ଼ିକ ପ୍ରଭାବିତ ହୋଇପାରେ। ତେଣୁ ତଳିଆ ଜମିରୁ ବର୍ଷା ଜଳ ନିଷ୍କାସନ […]

ଭୁବନେଶ୍ୱର : ସୋମବାର ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ୱେଲମାର୍କଡ ଲଘୁଚାପରେ ପରିଣତ ହେବା ସହ ଏହାର ପ୍ରଭାବରେ ୩୦ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଯାହାଦ୍ୱାରା କିଛି ତଳିଆ ଅଞ୍ଚଳରେ ଚାଷ ଜମିଗୁଡ଼ିକ ପ୍ରଭାବିତ ହୋଇପାରେ। ତେଣୁ ତଳିଆ ଜମିରୁ ବର୍ଷା ଜଳ ନିଷ୍କାସନ କରିବା ପାଇଁ ପ୍ରସ୍ତୁତ ରହିବାକୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚଆର ବିଶ୍ୱାସ କହିଛନ୍ତି ଯେ ବୁଧବାର ସୁନ୍ଦରଗଡ଼଼, ଦେବଗଡ଼଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

ସେହିପରି ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଖୋର୍ଦ୍ଧା ଓ ସମ୍ବଲପୁରରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ଡ. ବିଶ୍ୱାସ କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ଗୁରୁବାର ରାଜ୍ୟର ଅନ୍ୟ କିଛି ଅଞ୍ଚଳରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି କେନ୍ଦ୍ର କହିଥିବା ବେଳେ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ନିଜର ବୁଲେଟିନ୍‍ରେ ଦର୍ଶାଇଛି। ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ବିଶେଷ କରି ଉତ୍ତର-ପୂର୍ବ ସମୁଦ୍ର ଅଞ୍ଚଳରେ ଘଣ୍ଟା ପ୍ରତି ୪୦-୫୦ କିମି ପର୍ଯ୍ୟନ୍ତ ପବନ ବହିବ। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପାଣିପାଗ କେନ୍ଦ୍ର ପକ୍ଷରୁ ବାରଣ କରାଯାଇଛି।

ଅନ୍ୟପଟେ ଲଘୁଚାପ ପ୍ରଭାବରେ ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯାଇଛି। ଭୁବନେଶ୍ୱରରେ ମଙ୍ଗଳବାର ଦିନ ତମାମ କୋହଲା ପାଗ ଲାଗି ରହିଥିବା ବେଳେ ହୀରାକୁଦରେ ୩୧ ମିମି ବର୍ଷା ହୋଇଛି। ସେହିପରି ସମ୍ବଲପୁରରେ ୨୧, ବାରିପଦା ୧୫, ଟିଟଲାଗଡ଼଼ ୨୦ ଓ ଭବାନିପାଟଣାରେ ୧୭ ମିମି ବର୍ଷା ରେକର୍ଡ ହୋଇଛି। ତେବେ ପାଣପିାଗ କେନ୍ଦ୍ରର ସୂଚନା ଆଧାରରେ ସତର୍କତା ଅବଲମ୍ବନ କରିବା ପାଇଁ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‍ କମିସନରଙ୍କ ପକ୍ଷରୁ କୁହାଯାଇଛି। ଏସ୍‍ଆର୍‍ସିଙ୍କ କାର୍ଯ୍ୟାଳୟରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଥିବା ବେଳେ ୟେଲୋ ଆଲର୍ଟ ଜାରି କରାଯାଇଥିବି ଜିଲ୍ଲାର ଜିଲ୍ଲାପାଳଙ୍କୁ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି।

About The Author: The Sakala