ପ୍ରବଳ ଜାଡରେ ଥରୁଛି ସାରା ଓଡ଼ିଶା, ଆଜିଠାରୁ ୩ ଦିନ ଯାଏଁ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଅସହ୍ୟ ଶୀତରେ ଥରୁଛି ସାରା ଓଡ଼ିଶା । ଉପାନ୍ତରୁ ଉପକୂଳ ସବୁଠି ତଳମୁହାଁ ହୋଇଛି ପାରଦ । ପାହାଡିଆ ଅଞ୍ଚଳରେ ତାପମାତ୍ରା ୪ ଡିଗ୍ରୀରେ ପହଞ୍ଚିଥିବା ବେଳେ ସମତଳ ଅଞ୍ଚଳରେ ସର୍ବନିମ୍ନ ୬ ଡିଗ୍ରୀ ରହିଛି ତାପମାତ୍ରା । ଅନ୍ୟପଟେ ଆସନ୍ତା ୩ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଯିବ। କୁହୁଡ଼ିର ପ୍ରକୋପ ଯୋଗୁଁ ଦୃଶ୍ୟମାନ କ୍ଷମତା ଯଥେଷ୍ଟ ହ୍ରାସ ପାଇବ। କିଛି ସ୍ଥାନରେ ଦୃଶ୍ୟମାନ ଦୂରତା ୨ ଶହ ମିଟରରୁ […]

ଭୁବନେଶ୍ୱର: ଅସହ୍ୟ ଶୀତରେ ଥରୁଛି ସାରା ଓଡ଼ିଶା । ଉପାନ୍ତରୁ ଉପକୂଳ ସବୁଠି ତଳମୁହାଁ ହୋଇଛି ପାରଦ । ପାହାଡିଆ ଅଞ୍ଚଳରେ ତାପମାତ୍ରା ୪ ଡିଗ୍ରୀରେ ପହଞ୍ଚିଥିବା ବେଳେ ସମତଳ ଅଞ୍ଚଳରେ ସର୍ବନିମ୍ନ ୬ ଡିଗ୍ରୀ ରହିଛି ତାପମାତ୍ରା । ଅନ୍ୟପଟେ ଆସନ୍ତା ୩ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଯିବ। କୁହୁଡ଼ିର ପ୍ରକୋପ ଯୋଗୁଁ ଦୃଶ୍ୟମାନ କ୍ଷମତା ଯଥେଷ୍ଟ ହ୍ରାସ ପାଇବ। କିଛି ସ୍ଥାନରେ ଦୃଶ୍ୟମାନ ଦୂରତା ୨ ଶହ ମିଟରରୁ କମ୍ ରହିବ । ଉପକୂଳ ଓଡ଼ିଶା ସମେତ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ କୁହୁଡି ଦୃଶ୍ୟମାନ ହେବ । ଘନ କୁହୁଡି ଆଶଙ୍କା ଥିବାରୁ ଦୁର୍ଘଟଣା ଏଡାଇବା ପାଇଁ ପଦପେକ୍ଷ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ଆରସି । ରାଜ୍ୟ ଉପରେ ଗୋଟିଏ ଗୁରୁଚାପ ବଳୟର ପ୍ରଭାବ ହେତୁ ରାଜ୍ୟକୁ ବଙ୍ଗୋପସାଗରରୁ ଜଳୀୟ ବା‌ଷ୍ପପୂର୍ଣ୍ଣ ବାୟୁ ପ୍ରବାହ ବୃଦ୍ଧି ପାଇବ। ଏଥିପାଇଁ ତାପମାତ୍ରା ବଢ଼଼ିବା ସହିତ କୁହୁଡ଼ି ପ୍ରକୋପ ଅଧିକ ରହିବ।

କୁହୁଡ଼ି ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତା ୩ ଦିନ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଶନିବାର ରାତିରୁ ରବିବାର ସକାଳ ମଧ୍ୟରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡ଼ି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଅନ୍ୟପଟେ ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ଆଲର୍ଟ ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌‌ପିମାନଙ୍କୁ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌(ଏସ୍‌‌ଆର୍‌‌ସି) ସତର୍କ କରାଇଛନ୍ତି। ଏକ ଚିଠି ମାଧ୍ୟମରେ ଘନକୁହୁଡ଼ି ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳ ଓ ପରିବହନ ବିଭାଗର ଅଧିକାରୀମାନେ ଜାତୀୟ ରାଜପଥରେ ଦୁର୍ଘଟଣା ଏଡ଼ାଇବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

About The Author: The Sakala