ଅସହ୍ୟ ଶୀତରେ ଥରୁଛି ସାରା ଓଡିଶା, ୧୦ ଡିଗ୍ରୀ ତଳେ ୧୧ ସହରର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ପ୍ରବଳ ଶୀତ । ପୂର୍ବରୁ-ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ଶୀତର ଲହରୀ ଜାରି ରହିଥିବା ବେଳେ ସାରା ରାଜ୍ୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତ ୨୪ ଘଣ୍ଟାରେ ୧୧ ସହରରେ ତାପମାତ୍ରା ୧୦ ଡିଗ୍ରୀରୁ କମ୍‌ ଥିବା ବେଳେ ଜି. ଉଦୟଗିରିରେ ୪.୮, ସେମିଳିଗୁଡାରେ ୬.୨, ଫୁଲବାଣୀରେ ୬.୮, ଚିପିଲିମାରେ ୭.୩, ରାଉରକେଲାରେ ୭.୬, ଦାରିଙ୍ଗବାଡିରେ ୮, ଅନୁଗୁଳ ୯, ଭବାନୀପାଟଣା ୯, କିରେଇ ୯. ୩, କୋରାପୁଟ ୧୦ ଓ ସୁନ୍ଦରଗଡ଼ରେ ପାରଦ ୧୦ ଡିଗ୍ରୀ ରେକର୍ଡ ହୋଇଛି । ଅନ୍ୟପଟେ ଆସନ୍ତା ଦୁଇ ଦିନ ଶୀତର ପ୍ରଭାବ ଆହୁରି ବଢ଼ିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ୧୨ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାକୁ ଶୀତ ଲହରୀ ଜନିତ ୟେଲୋ ଆଲର୍ଟ ଜାରି କରାଯାଇଛି । 

ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏଁ ଶୀତ ଲହରୀ ଜାରି ରହିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ ବୁଧବାର ଝାରସୁଗଡ଼ା, ଅନୁଗୁଳ, ସୁନ୍ଦରଗଡ଼, ସୋନପୁର, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରେ ପ୍ରବଳ ଶୀତ ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ  ଜାରି କରାଯାଇଛି। ଅନ୍ୟପଟେ ଦୁଇ ଦିନ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ସ୍ଥିତିର ମଧ୍ୟ ଆଶଙ୍କା ରହିଛି। ସୁନ୍ଦରଗଡ଼, କନ୍ଧମାଳ ଓ ଝାରସୁଗୁଡ଼ାରେ କୁହୁଡ଼ି ପ୍ରଭାବ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି।

About The Author: Madhusudan Das