ପୁଣି ଫେରିବ ତାତି : ୧୭ ରୁ ୨୦ ଯାଏ ସାଙ୍ଘାତିକ ହେବ ସ୍ଥିତି, ସତର୍କ କଲା ପାଣିପାଗ ବିଜ୍ଞାନ କେନ୍ଦ୍ର

ଭୁବନେଶ୍ବର : ରାଜ୍ୟବାସୀଙ୍କୁ ପୁଣି କଲବଲ କରିବ ତାତି । ଗତ କିଛି ଦିନ ଧରି ଥଣ୍ଡା ଓ କୋହଲା ପାଗ ପରେ ପୁଣି ୧୫ ତାରିଖଠୁ ତାତିରେ ବୃଦ୍ଧି ହେବା ସହ ୧୭ ରୁ ୨୦ ସାଙ୍ଘାତିକ ସ୍ଥିତି ହେବ। ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଗୁଆ ସତର୍କ କରିଦିଆଯାଇଛି। ପାଣିପାଗ କେନ୍ଦ୍ର କହିଛି ଯେ ଆସନ୍ତା ୪ ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୬-୮ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। […]

ଭୁବନେଶ୍ବର : ରାଜ୍ୟବାସୀଙ୍କୁ ପୁଣି କଲବଲ କରିବ ତାତି । ଗତ କିଛି ଦିନ ଧରି ଥଣ୍ଡା ଓ କୋହଲା ପାଗ ପରେ ପୁଣି ୧୫ ତାରିଖଠୁ ତାତିରେ ବୃଦ୍ଧି ହେବା ସହ ୧୭ ରୁ ୨୦ ସାଙ୍ଘାତିକ ସ୍ଥିତି ହେବ। ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଗୁଆ ସତର୍କ କରିଦିଆଯାଇଛି।

ପାଣିପାଗ କେନ୍ଦ୍ର କହିଛି ଯେ ଆସନ୍ତା ୪ ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୬-୮ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏହାଦ୍ୱାରା ପୁଣି ଥରେ ତାପମାତ୍ରା ୪୦ ଡିଗ୍ରୀ ମୁହାଁ ହେବ। ଅନ୍ୟପଟେ ୧୩ରୁ ରାଜ୍ୟକୁ ଶୁଷ୍କ ବାୟୁ ପ୍ରବାହ ବୃଦ୍ଧି ହେବା କାରଣରୁ ୧୫ ତାରିଖଠାରୁ ରାଜ୍ୟରେ ପୁଣି ଥରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି। ଗ୍ରୀଷ୍ମ ପ୍ରବାହ ପୂର୍ବରୁ ୧୪ ତାରିଖରୁ ରାଜ୍ୟର କିଛି ଜିଲ୍ଲାରେ ଉଷ୍ମ ରାତି ଅନୁଭୂତ ହେବା ନେଇ ମଧ୍ୟ କେନ୍ଦ୍ର ଆକଳନ ଜାରି କରିଛି।

୧୪, ୧୫ ଓ ୧୬ ତାରିଖରେ ହିଟ୍ ୱେଭ୍ ପାଇଁ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଏପ୍ରିଲ ୧୭ ରୁ ୨୦ ଯାଏଁ ସାଙ୍ଘାତିକ ସ୍ଥିତି ହେବ ବୋଲି କୁହାଯାଇଛି। ୪ ଦିନ ପର୍ଯ୍ୟନ୍ତ ପିକ୍ ସମୟ ଘୋଷଣା ହେବା ସହ ଆଭ୍ୟନ୍ତରୀଣ ଓଡିଶାରେ ବର୍ତ୍ତମାନ ତାପମାତ୍ରାଠୁ ୧୫ ଡିଗ୍ରୀ ଯାଏଁ ବଢିବ ପାରଦ। କିଛି ସ୍ଥାନରେ ୪୩ ରୁ ୪୫ ଡିଗ୍ରୀ ତାପମାତ୍ରା ପହଞ୍ଚିବା ସହ ଅସହ୍ୟ ପାଣିପାଗ ସ୍ଥିତି ସୃଷ୍ଟି ହୋଇପାରେ। ଯାହା ଶରୀର ପାଇଁ  ଘାତକ ହୋଇପାରେ ବୋଲଇ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ କରାଇଛି।

ଅନ୍ୟପଟେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ କାଳବୈଶାଖୀ ଜନିତ ହାଲୁକା ବର୍ଷା ନେଇ ମଧ୍ୟ କେନ୍ଦ୍ର ଆକଳନ କରିଛି। ଶୁକ୍ରବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ବରଗଡ଼, ନବରଙ୍ଗପୁର ଓ ନୂଆପଡ଼ାରେ ହାଲୁକା ବର୍ଷା ନେଇ ପାଣିପାଗ କେନ୍ଦ୍ର କହିଛି।

About The Author: The Sakala