ଭୁବନେଶ୍ୱର : ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ। ଗତ କିଛି ଦିନଧରି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ସ୍ଥାନରେ ଅନୁଭବ ହେଉଛି ଅସହ୍ୟ ତାତି। ରାଜ୍ୟରେ ଆଉରି ୨ ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆଜି ସକାଳ ଦିନ ୮ ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ସେଥିମଧ୍ୟରୁ ଝାରସୁଗୁଡ଼ାର ତାପମାତ୍ରା ସର୍ବୋଚ୍ଚ ରହିଛ। ଝାରସୁଗୁଡାର ତାପମାତ୍ରା ୩୭.୨ ଡ଼ିଗ୍ରୀ ସେଲସିୟସ ରହିଥିବା ବେଳେ ସମ୍ବଲପୁର ୩୬.୬ ଡ଼ିଗ୍ରୀ ରହିଛି। ସେହିପରି-
ହୀରାକୁଦ: ୩୫.୪ ଡ଼ିଗ୍ରୀ
ଭୁବନେଶ୍ୱର: ୩୫ ଡ଼ିଗ୍ରୀ
କେନ୍ଦୁଝର: ୩୫ ଡ଼ିଗ୍ରୀ
ପୁରୀ:୩୪.୬ ଡ଼ିଗ୍ରୀ
ବାଲେଶ୍ୱର:୩୪.୨ ଡ଼ିଗ୍ରୀ
ଚାନ୍ଦବାଲି:୩୪ ଡ଼ିଗ୍ରୀ
ପାରାଦୀପ:୩୨.୪ ଡ଼ିଗ୍ରୀ
ଗୋପାଳପୁର:୩୨.୪ ଡ଼ିଗ୍ରୀ