ଅସହ୍ୟ ତାତିରେ ସିଝୁଛି ସାରା ଓଡିଶା, ଆସନ୍ତା ୨୦ ପର୍ଯ୍ୟନ୍ତ ମିଳିବନି ନିସ୍ତାର

ଭୁବନେଶ୍ବର: ସାରା ରାଜ୍ୟରେ ଅସହ୍ୟ ଖରା । ଗୁଳୁଗୁଳିରେ ସନ୍ତୁଳି ହେଉଛି ଓଡିଶା । ଉପକୂଳରୁ ଉପାନ୍ତ ସବୁଠି ଡହଡହ ଖରାରେ ଜନଜୀନବ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ଆସନ୍ତା ୪ଦିନ ଯାଏଁ ଆହୁରି କଲବଲ କରିବ ତାତି । ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ଆକଳନ କରାଯାଇଛି । ଅପରାହ୍ନରେ କାଳ ବୈଶାଖୀର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ଥିଲେ ମଧ୍ୟ ତାତି ଉପରେ ବିଶେଷ ପ୍ରଭାବ ପଡ଼ିବ ନାହିଁ । […]

ଭୁବନେଶ୍ବର: ସାରା ରାଜ୍ୟରେ ଅସହ୍ୟ ଖରା । ଗୁଳୁଗୁଳିରେ ସନ୍ତୁଳି ହେଉଛି ଓଡିଶା । ଉପକୂଳରୁ ଉପାନ୍ତ ସବୁଠି ଡହଡହ ଖରାରେ ଜନଜୀନବ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ଆସନ୍ତା ୪ଦିନ ଯାଏଁ ଆହୁରି କଲବଲ କରିବ ତାତି । ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ଆକଳନ କରାଯାଇଛି । ଅପରାହ୍ନରେ କାଳ ବୈଶାଖୀର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ଥିଲେ ମଧ୍ୟ ତାତି ଉପରେ ବିଶେଷ ପ୍ରଭାବ ପଡ଼ିବ ନାହିଁ । ତେବେ ୨୧ ତାରିଖ ପରେ ତାପମାତ୍ରା କ୍ରମେ ହ୍ରାସ ପାଇବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଓଡ଼ିଶା ଉପକୂଳରେ ଏକ ଗୁରୁଚାପ ବଳୟ ପ୍ରଭାବରେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରବେଶ କରିବ । ଫଳରେ ବର୍ଷାର ପରିମାଣ ବଢିବା ସହ ତାପମାତ୍ରା କମିବ ।

କାଳବୈଶାଖୀ ଓ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି। ଲୋକଙ୍କୁ ଗ୍ରୀଷ୍ମପ୍ରବାହ ନେଇ ସଚେତନ କରିବା ସହ ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ସେହିପରି କାଳବୈଶାଖୀ ବର୍ଷାରେ କୌଣସି କ୍ଷୟକ୍ଷତି ହେଲେ ସେନେଇ ରିପୋର୍ଟ ଦେବାକୁ କୁହାଯାଇଛି ।

About The Author: The Sakala