ବଢୁଛି ତାତି: ରାଜ୍ୟରେ ସକାଳୁ ୩୪ ଡିଗ୍ରୀ ଟପିଲାଣି ତାପମାତ୍ରା…

ଭୁବନେଶ୍ୱର: ମାତ୍ର କେଇ ଦିନର ଆଶ୍ୱସ୍ତି ପରେ ପୁଣି ରାଜ୍ୟକୁ ଫେରିଛି ତାତି। ତାପମାତ୍ରା ବୃଦ୍ଧି ସାଙ୍ଗକୁ ଆର୍ଦ୍ରତା ପରିମାଣ ଅଧିକ ରହୁଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସକାଳ ୮ ଟା ୩୦ ସୁଦ୍ଧା ବାଲେଶ୍ୱର ଓ  ପୁରୀର ତାପମାତ୍ରା ୩୪ ଡିଗ୍ରୀ ପାର କରିଛି। ବାଲେଶ୍ୱରର ତାପମାତ୍ରା ୩୪.୮ ଡିଗ୍ରୀ […]

ଭୁବନେଶ୍ୱର: ମାତ୍ର କେଇ ଦିନର ଆଶ୍ୱସ୍ତି ପରେ ପୁଣି ରାଜ୍ୟକୁ ଫେରିଛି ତାତି। ତାପମାତ୍ରା ବୃଦ୍ଧି ସାଙ୍ଗକୁ ଆର୍ଦ୍ରତା ପରିମାଣ ଅଧିକ ରହୁଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସକାଳ ୮ ଟା ୩୦ ସୁଦ୍ଧା ବାଲେଶ୍ୱର ଓ  ପୁରୀର ତାପମାତ୍ରା ୩୪ ଡିଗ୍ରୀ ପାର କରିଛି। ବାଲେଶ୍ୱରର ତାପମାତ୍ରା ୩୪.୮ ଡିଗ୍ରୀ ରେକର୍ଡ଼ କରାଯାଇଥିବା ବେଳେ ପୁରୀର ତପମାତ୍ରା ୩୪.୬ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପର, ଭୁବନେଶ୍ୱର ଓ ଚାନ୍ଦବାଲିରେ ତାପମାତ୍ରା ୩୩.୪ ଡିଗ୍ରୀ ରେକର୍ଡ କରାଯାଇଛି।  ପାରାଦୀପରେ ୩୨.୮ ଡିଗ୍ରୀ ଓ  ଗୋପାଳପୁର ୩୨.୨ ଡିଗ୍ରୀ ରେକର୍ଡ କରାଯାଇଛି।

ସୂଚନା ଅନୁଯାୟୀ, ଆସନ୍ତା ୫ ଦିନ ଯାଏଁ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢିବାକୁ ଥିବା ବେଳେ ୧୦ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ। ତେଣୁ ଆସନ୍ତା ୮ ଦିନ ପର୍ଯ୍ୟନ୍ତ ଏଭଳି ତାତି ଓ ଗୁଳୁଗୁଳି ଜାରି ରହିବାର ଆଶଙ୍କା ରହିଛି। ପ୍ରବଳ ଗରମ ଓ ଗୁଳୁଗୁଳି ହେବାର ସମ୍ଭାବନାକୁ ଆଖିରେ ରଖି ପାଣିପାଗ କେନ୍ଦ୍ର ଉପକୂଳବର୍ତ୍ତୀ ଜିଲ୍ଲା ଯେପରିକି ପୁରୀ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ଗଞ୍ଜାମ ଓ ଗଜପତି ସାଙ୍ଗକୁ କଟକ ଓ ଖୋର୍ଦ୍ଧା ଆଦି ଜିଲ୍ଲାକୁ ସତର୍କ ରହିବା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଏହିସବୁ ଜିଲ୍ଲାର ଅନେକ ସ୍ଥାନରେ ଦିନର ସର୍ବାଧିକ ତାପମାତ୍ରା ୪୧ଡିଗ୍ରୀ ପର୍ଯନ୍ତ ଛୁଇଁପାରେ ବୋଲି କୁହାଯାଇଛି।

About The Author: The Sakala