ଜୀବନରେ ସଫଳ ହେବା ପାଇଁ କଠିନ ପରିଶ୍ରମ ସହ ପାଠପଢା ଓ ଅନ୍ୟ ପ୍ରତିଭାର ବିକାଶ ଜରୁରୀ: 5T ଅଧ୍ୟକ୍ଷ

କନ୍ଧମାଳ: ଜୀବନରେ ସଫଳ ହେବା ପାଇଁ କଠିନ ପରିଶ୍ରମ ଜରୁରୀ। କନ୍ଧମାଳରେ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ଜୀବନରେ ସଫଳତା ପାଇଁ ପାଠପଢା ସହ ଅନ୍ୟ ପ୍ରତିଭାର ବିକାଶ ଜରୁରୀ। ନୂଆ-ଓ କାର୍ଯ୍ୟକ୍ରମ ଜରିଆରେ ପିଲାଙ୍କ ପ୍ରତିଭାର ବିକାଶ ପାଇଁ ଉଦ୍ୟମ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୁକାୟିତ ପ୍ରତିଭାର ବିକାଶ ପାଇଁ କଠିନ ପରିଶ୍ରମ ଆବଶ୍ୟକ। କଠିନ ପରିଶ୍ରମର ଆଉ କିଛି ବିକଳ୍ପ ନାହିଁ। ହକି […]

କନ୍ଧମାଳ: ଜୀବନରେ ସଫଳ ହେବା ପାଇଁ କଠିନ ପରିଶ୍ରମ ଜରୁରୀ। କନ୍ଧମାଳରେ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ଜୀବନରେ ସଫଳତା ପାଇଁ ପାଠପଢା ସହ ଅନ୍ୟ ପ୍ରତିଭାର ବିକାଶ ଜରୁରୀ। ନୂଆ-ଓ କାର୍ଯ୍ୟକ୍ରମ ଜରିଆରେ ପିଲାଙ୍କ ପ୍ରତିଭାର ବିକାଶ ପାଇଁ ଉଦ୍ୟମ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୁକାୟିତ ପ୍ରତିଭାର ବିକାଶ ପାଇଁ କଠିନ ପରିଶ୍ରମ ଆବଶ୍ୟକ। କଠିନ ପରିଶ୍ରମର ଆଉ କିଛି ବିକଳ୍ପ ନାହିଁ।

ହକି ବିଶ୍ବକପ ସମୟରେ ସଚିନ୍ ତେନ୍ଦୁଲକର, ବୀରେନ୍ଦ୍ର ସେହଓ୍ବାଗଙ୍କ ପରି ମହାନ କ୍ରିକେଟର ଓ ବଲିଉଡ ବାଦଶାହ ଶାହାରୁଖ ଖାନଙ୍କୁ ଭେଟି ସଫଳତା ପଛର ଶ୍ରେୟ ସମ୍ପର୍କରେ ପଚାରିଥିଲେ କାର୍ତ୍ତିକ ପାଣ୍ଡିଆନ। ସମସ୍ତେ ସଫଳତା ପାଇଁ କଠିନ ପରିଶ୍ରମକୁ ଶ୍ରେୟ ଦେଇଥିଲେ। ନିଜେ ୫ଟି ଅଧ୍ୟକ୍ଷ ମଧ୍ୟ ଗାଁରେ ସରକାରୀ ସ୍କୁଲରେ ପାଠ ପଢି ଆଇଏଏସ ହୋଇଥିବା କହିଛନ୍ତି। ୫ବର୍ଷ ବହୁତ ଗୁରୁତ୍ବପୂର୍ଣ୍ଣ ସମୟ। ଫୋକସ କରି କଠିନ ପରିଶ୍ରମ କଲେ ୫୦ବର୍ଷ ଭବିଷ୍ୟତ ଉଜ୍ଜ୍ବଳ ହେବ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସେମାନଙ୍କ ହାତରେ । ଆତ୍ମବିଶ୍ବାସ ସହ କଠିନ ପରିଶ୍ରମ କଲେ ଭବିଷ୍ୟତ ଉଜ୍ଜ୍ବଳ ହେବ ବୋଲି କାର୍ତ୍ତିକ ପାଣ୍ଡିଆନ୍ କହିଛନ୍ତି । କନ୍ଧମାଳର ପିଲା ବି ବଡ଼ ସହରର ପିଲା ପାଉଥିବା ସବୁ ସୁବିଧା ପାଇପାରିବେ। ମାସେ ଦେଢ ମାସ ଭିତରେ ଜିଲ୍ଲାର ସବୁ କଲେଜ ଏବଂ ଉଚ୍ଚ ମାଧ୍ୟମିକ ସ୍କୁଲର ରୂପାନ୍ତରଣ ହୋଇଯିବ । ପିଲାଙ୍କୁ ସ୍ମାର୍ଟକ୍ଲାସ, ଇ-ଲାଇବ୍ରେରୀ ପରି ସୁବିଧା ମିଳିବ ବୋଲି କାର୍ତ୍ତିକ ପାଣ୍ଡିଆନ୍ କହିଛନ୍ତି।

About The Author: The Sakala