ତେନ୍ତୁଳିଖୁଣ୍ଟି ଥାନା ASIଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ

ନବରଙ୍ଗପୁର: ତେନ୍ତୁଳିଖୁଣ୍ଟି ଥାନା ASIଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ASI ରେଣୁପ୍ରସାଦ ପ୍ରଧାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତ ଅନ୍ତର୍ଗତ ମଙ୍ଗରଦରା ନିକଟ ରାଇସିଂ ଯୋଡ଼ି ନାଳର ଏକ ଗଛରୁ ଉଦ୍ଧାର ହୋଇଛି ତାଙ୍କ ମୃତଦେହ । ଖବରପାଇ ତେନ୍ତୁଳିଖୁଣ୍ଟି ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ତେବେ ତାଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହାର କାରଣ ଅସ୍ପଷ୍ଟ ରହିଛି । ସୂଚନା […]

ନବରଙ୍ଗପୁର: ତେନ୍ତୁଳିଖୁଣ୍ଟି ଥାନା ASIଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ASI ରେଣୁପ୍ରସାଦ ପ୍ରଧାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତ ଅନ୍ତର୍ଗତ ମଙ୍ଗରଦରା ନିକଟ ରାଇସିଂ ଯୋଡ଼ି ନାଳର ଏକ ଗଛରୁ ଉଦ୍ଧାର ହୋଇଛି ତାଙ୍କ ମୃତଦେହ । ଖବରପାଇ ତେନ୍ତୁଳିଖୁଣ୍ଟି ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ତେବେ ତାଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହାର କାରଣ ଅସ୍ପଷ୍ଟ ରହିଛି ।

ସୂଚନା ଅନୁସାରେ, ଗତ ୨୩ ତାରିଖରୁ ନିଖୋଜ ଥିଲେ ତେନ୍ତୁଳିଖୁଣ୍ଟି କାର୍ଯ୍ୟରତ ଥାନା ଏଏସ୍‌ଆଇ ରେଣୁପ୍ରସାଦ । ଗତ ସୋମବାର ଦିନ କୌଣସି କାର୍ଯ୍ୟରେ ନବରଙ୍ଗପୁର ଯାଇଥିଲେ। ଏହା ପରଠୁ ଆଉ ଘରକୁ ଫେରିନଥିଲେ।

ରେଣୁପ୍ରସାଦଙ୍କ ପ୍ରକୃତ ଘର ପାପଡାହାଣ୍ଡି ଥାନା ଅନ୍ତର୍ଗତ ତୁମ୍ବର୍ଲା ଗ୍ରାମରେ ହୋଇଥିବା ବେଳେ ସେ ତେନ୍ତୁଳିଖୁଣ୍ଟି ପୁଲିସ କଲୋନିରେ ନିଜ ପରିବାର ସହ ରହୁଥିଲେ। ଖବରପାଇ ମୃତ ଏଏସଆଇଙ୍କ ଦୁଇ ପୁଅ ଏବଂ ଭାଇ ପହଁଚିଥିଲେ। ଘଟଣାସ୍ଥଳରେ ସାଇଁଟଫିକ ଟିମ ଏବଂ ଅନୁସନ୍ଧାନୀ କୁକୁର ପହଞ୍ଚି ତଦନ୍ତ କରିବା ପରେ ଶବ ବ୍ୟବଛେଦ ପାଇଁ ପଠାଯିବ ବୋଲି ସୂଚନା ମିଳିଛି।

About The Author: The Sakala