ରୋଚକ ମୋଡ଼ରେ ହାବିଲଦାରଙ୍କ ପ୍ରେମ

ଧଉଳି ଥାନାରେ କାର୍ଯ୍ୟରତ ହାବିଲଦାର ସଦାଶିବ ସ୍ବାଇଁଙ୍କ ନାମରେ ରବିବାର ଜଣେ ମହିଳା ହତ୍ୟା ଉଦ୍ୟମ ଭଳି ଅଭିଯୋଗ ଆଣିଥିଲେ। କିନ୍ତୁ ସୋମବାର ଉକ୍ତ ମହିଳା ଜଣଙ୍କ ଆଉ ଏକ ସଂଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ହାବିଲଦାର ତାଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। କିନ୍ତୁ ଏନେଇ ହାବିଲଦାରଙ୍କ ପ୍ରଥମ ସ୍ତ୍ରୀ ଜାଣିବାରୁ ସେ ଜାଣିଶୁଣି ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ହତ୍ୟା ଉଦ୍ୟମ କରିଥିବା ମହିଳା ଜଣଙ୍କ କହିଛନ୍ତି। ଅଭିଯୋଗ ଅନୁସାରେ, ମହିଳା ଜଣଙ୍କ […]

ଧଉଳି ଥାନାରେ କାର୍ଯ୍ୟରତ ହାବିଲଦାର ସଦାଶିବ ସ୍ବାଇଁଙ୍କ ନାମରେ ରବିବାର ଜଣେ ମହିଳା ହତ୍ୟା ଉଦ୍ୟମ ଭଳି ଅଭିଯୋଗ ଆଣିଥିଲେ। କିନ୍ତୁ ସୋମବାର ଉକ୍ତ ମହିଳା ଜଣଙ୍କ ଆଉ ଏକ ସଂଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ହାବିଲଦାର ତାଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। କିନ୍ତୁ ଏନେଇ ହାବିଲଦାରଙ୍କ ପ୍ରଥମ ସ୍ତ୍ରୀ ଜାଣିବାରୁ ସେ ଜାଣିଶୁଣି ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ହତ୍ୟା ଉଦ୍ୟମ କରିଥିବା ମହିଳା ଜଣଙ୍କ କହିଛନ୍ତି। ଅଭିଯୋଗ ଅନୁସାରେ, ମହିଳା ଜଣଙ୍କ ପ୍ରଥମେ ବିବାହ କରିଥିଲେ | ତାଙ୍କ ପ୍ରଥମ ସ୍ବାମୀ ସହ ମତାନ୍ତର ହେବା ପରେ ସେ ଲିଙ୍ଗରାଜଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ। ସେଠାରେ କନ୍‌ଷ୍ଟେବଳ ଥିବା ସଦାଶିବଙ୍କ ସହ ଭେଟ ହୋଇଥିଲା।

ପରେ ଉଭୟ ଫୋନ୍ ନମ୍ବର ଦିଆନିଆ ହୋଇ କଥା ହେବା ପରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଶେଷରେ ସଦାଶିବ ତାଙ୍କୁ ବିବାହ କରି ସାମନ୍ତରାପୁର ଅଞ୍ଚଳରେ ଏକାଠି ରହୁଥିଲେ। କିନ୍ତୁ ହାବିଲଦାରଙ୍କ ପ୍ରେମ କାହାଣୀ ପଦାକୁ ଆସିବା ପରେ ସେ ତାଙ୍କୁ ରାସ୍ତାକୁ ହଟାଇବା ପାଇଁ ହତ୍ୟା ଉଦ୍ୟମ କରିଥିବା ନେଇ ମହିଳା ଜଣଙ୍କ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି । ପୂର୍ବରୁ ମଧ୍ୟ ମହିଳା ଜଣଙ୍କ ଦୁଇ ଜଣଙ୍କୁ ବିବାହ କରି ଛାଡ଼ି ଦେବା ସହ ସେମାନଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି। ଏପରିକି ହାବିଲଦାର ସଦାଶିବଙ୍କ ନାମରେ ପୂର୍ବରୁ ଅଭିଯୋଗ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଆପୋଷ ସମାଧାନ କରିଥିଲେ |

About The Author: The Sakala