ରାଜ୍ୟରେ ଟିକା ଅଭାବକୁ ଦୂର କରିବା ପାଇଁ ଗ୍ଲୋବାଲ୍ ଟେଣ୍ଡର ଆହ୍ୱାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଆଜି କୋଭିଡ଼ ଟିକା ଟେଣ୍ଡର ଆହ୍ୱାନ ଖୋଲିବାକୁ ଥିଲା। ସୂଚନା ଅନୁସାରେ ଆଗାମୀ ୭ ଦିନ ପାଇଁ ଟେଣ୍ଡର ପ୍ରକ୍ରିୟାକୁ ଘୁଂଚାଇ ଦିଆଯାଇଛି । ବାତ୍ୟା ପାଇଁ ବିଭିନ୍ନ ଭେଣ୍ଡରଙ୍କ ଅନୁରୋଧ କ୍ରମେ ଏଭଳି ନିଷ୍ପତି କରିଛନ୍ତି ରାଜ୍ୟ ସରକାର । ତେବେ ଆଗାମୀ ୪ ତାରିଖରେ ପୁଣି ଟେଣ୍ଡର ଖୋଲିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ।
ଗ୍ଲୋବାଲ ଟେଣ୍ଡର ଜରିଆରେ ୩ କୋଟି ୮୦ ଲକ୍ଷ ଟିକା କିଣିବାକୁ ଲକ୍ଷ୍ୟ ରଖାଯାଇଛି । ୨୦ ତାରିଖରେ ଅନ୍ଲାଇନ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଯେଉଁ ଫାର୍ମା କଂପାନୀ ଟେଣ୍ଡର ପାଇବ, ୪ ମାସ ଭିତରେ ଟିକା ଯୋଗାଇବାକୁ ପଡ଼ିବ । ଏହି ଟେଣ୍ଡରର ଅବଧି ୬ ମାସ ରହିଛି ।