ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଲଜ୍ଜା । ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଗଣଦୁଷ୍କର୍ମ ଅଭିଯୋଗ । ପ୍ରେମିକଙ୍କ ସହ ଅନ୍ୟ ୩ ଜଣ କଲେଜ ଛାତ୍ର ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଭୁବନେଶ୍ବର ଇନଫୋଭ୍ୟାଲି ଥାନା କାଇମାଟିଆ ଅଞ୍ଚଳରେ ଘଟିଛି ଏପରି ଘଟଣା । ବୟଫ୍ରେଣ୍ଡ୍ ରୁମରେ ଗର୍ଲଫ୍ରେଣ୍ଡକୁ ଗଣଦୁଷ୍କର୍ମ ନେଇ ଅଭିଯୋଗ ପରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ପୀଡିତା ଜଣଙ୍କ ଏକ ଘରୋଇ କଲେଜର ଛାତ୍ରୀ ବୋଲି ଜଣାପଡିଛି । ରୁମ୍ କୁ ଡକାଇ ଗଣଦୁଷ୍କର୍ମ ନେଇ ଅଭିଯୋଗ ପରେ ତଦନ୍ତ ଚଳାଇଥିଲା ପୋଲିସ ।
ଇନଫୋଭାଲି ଥାନା କାଇମାଟିଆରେ ଏକ ହଷ୍ଟେଲରେରେ ଘଟିଛି ଘଟଣା। ଚାରି ଅଭିଯୁକ୍ତଙ୍କୁ ଗିରଫ କରି କ୍ରାଇମ୍ ସ୍ପଟରେ ତନାଘନା କରିଛି ପୋଲିସ । ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ କରୁଛି କମିଶନରେଟ ପୋଲିସ। ସେପଟେ ପୀଡିତାଙ୍କ ଡାକ୍ତରୀ ମାଇନା କରିବା ସହ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ପୋଲିସ ।