ବିସ୍ମୟୀ ବାଳିକା ‘ତ୍ରିଶା ତନୁଶ୍ରୀ’: ବୟସ ମାତ୍ର ୨୧ ମାସ, ମୁହଁରେ ସାରାଦେଶର ଭୂଗୋଳ

ଭୁବନେଶ୍ବର: ବୟସ ମାତ୍ର ୨୧ ମାସ । ୨ବର୍ଷ ହେବାକୁ ଆହୁରି ୩ମାସ ବାକି ଅଛି । ଏହି କୁନି ବୟସରେ କିଏ କଥା କହିବା ଆରମ୍ଭ କରିଥାନ୍ତି ତ ଆଉକେହି ଠିକ୍ ଭାବେ କଥା କହିପାରନ୍ତିନାହିଁ । କିନ୍ତୁ ୨୧ମାସ ବୟସରେ ମୁହଁରେ ରହିଛି ଦେଶର ଭୂଗୋଳ। ଗୋଟିଏ ମିନିଟ୍‌ରେ ସେ ୭ଟି ରାଜ୍ୟ ରାଜଧାନୀର ନାମ ଗୋଟି ଗୋଟି କରି ପ୍ରାଞ୍ଜଳ ଭାବେ କହିପକାଉଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଏହି […]

ଭୁବନେଶ୍ବର: ବୟସ ମାତ୍ର ୨୧ ମାସ । ୨ବର୍ଷ ହେବାକୁ ଆହୁରି ୩ମାସ ବାକି ଅଛି । ଏହି କୁନି ବୟସରେ କିଏ କଥା କହିବା ଆରମ୍ଭ କରିଥାନ୍ତି ତ ଆଉକେହି ଠିକ୍ ଭାବେ କଥା କହିପାରନ୍ତିନାହିଁ । କିନ୍ତୁ ୨୧ମାସ ବୟସରେ ମୁହଁରେ ରହିଛି ଦେଶର ଭୂଗୋଳ। ଗୋଟିଏ ମିନିଟ୍‌ରେ ସେ ୭ଟି ରାଜ୍ୟ ରାଜଧାନୀର ନାମ ଗୋଟି ଗୋଟି କରି ପ୍ରାଞ୍ଜଳ ଭାବେ କହିପକାଉଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଏହି ବିସ୍ମୟୀ ବାଳିକା ହେଉଛନ୍ତି ସହିଦନଗର ଅଞ୍ଚଳର ତ୍ରିଶା ତନୁଶ୍ରୀ | ରାଜେନ୍ଦ୍ର ସ୍ବାଇଁ ଏବଂ ଏଲିନା ମଧୁସ୍ମିତା ଦାସଙ୍କ ଏକମାତ୍ର ଝିଅ ତ୍ରିଶା।

ଉଭୟ ବାପା ଏବଂ ମା’ ତ୍ରିଶାର ସ୍ମରଣଶକ୍ତି ଦେଖି ତାଜୁବ ହୋଇଛନ୍ତି । କାରଣ ମୁହଁରୁ ଥରେକ ବାହାରି ଥିବା ଶବ୍ଦକୁ କମ୍ ସମୟରେ ମନେ ରଖୁଛନ୍ତି ତ୍ରିଶା। ପରିବାରରେ ବାର୍ତ୍ତାଳପ ସମୟରେ ମସସ୍ତ କଥାକୁ ମନେରଖି ପ୍ରାଞ୍ଜଳ ଭାବେ କହୁଥିବାରୁ ତାଙ୍କ ମା’ ପ୍ରଥମେ ତ୍ରିଶାଙ୍କୁ ଅ- ଆ ଆଲଫାବେଟ୍‌ ଶିଖାଇବା ଆରମ୍ଭ କରିଥିଲେ। କିନ୍ତୁ ଆଶ୍ଚର୍ଯ୍ୟ କଥା ମାତ୍ର ସପ୍ତାହେ ମଧ୍ୟରେ ସମସ୍ତ ଲେଟର ମନେ ରଖ୍ ପାରିଥିଲେ ସେ। ଏମିତିକି ଦ୍ୱିତୀୟ ଥର ମଧ୍ୟ କହିବାକୁ ପଡ଼ି ନ ଥିଲା। ଏହାପରଠୁ ସାଧାରଣ ଜ୍ଞାନ, ପଣିକିଆ, ଶବ୍ଦ ସଂଯୋଜନା, ରାଇମ୍ସ ଆଦି ଶିଖାଇଥିଲେ। ବର୍ତ୍ତମାନ ୭ଟି ଇଂରାଜୀ ରାଇମସ୍ ସହ ଟେବୁଲ, ସାଧାରଣଜ୍ଞାନ, ୪ ପର୍ଯ୍ୟନ୍ତ ପଣକିଆ, ୨୦ ପର୍ଯ୍ୟନ୍ତ ସଂଖ୍ୟା ମଧ୍ୟ ବନାନ୍ କରି ଗଣି ପାରୁଛନ୍ତି ତ୍ରିଶା ।  ଏହାସହ ଜିଲ୍ଲାର ରାଜଧାନୀ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ନାମ ମଧ୍ୟ ସ୍ପଷ୍ଟ ଭାବେ କହିପାରୁଛନ୍ତି । ଏନେଇ ତ୍ରିଶାଙ୍କ ମା’ କହିଛନ୍ତି ଯେ ଆମ ପରିବାର ଲୋକେ ବିଶ୍ବାସ କରିପାରୁ ନାହାନ୍ତି ଯେ, ଏତେ କମ୍ ବୟସରେ ଏତେ କଥାକୁ ସେ ମନେ ରଖିପାରୁଛି। ଆଗକୁ ଗିନିଜ ବୁକ୍ ଅଫ୍ ରେକର୍ଡ ପାଇଁ ମୁଁ ତାକୁ ପ୍ରସ୍ତୁତ କରିବାକୁ ଯୋଜନା ରଖିଛି।

About The Author: The Sakala